ନୂଆଦିଲ୍ଲୀ : ବ୍ରାଜିଲର ରିଓ ଡି ଜେନେରୋରେ ଅନଷ୍ଠିତ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦ୍ୱିପାକ୍ଷିକ କଥାବାର୍ତ୍ତା କରିଛନ୍ତି ।ଗତ ୨ ବର୍ଷ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଏହା ହେଉଛି ପଞ୍ଚମ ବୈଠକ । ପ୍ରତିରକ୍ଷା ବାଣିଜ୍ୟ , ସ୍ୱଚ୍ଛ ଶକ୍ତି , ଏବଂ ଯୋଗା ଯୋଗ ଭଳି ପ୍ରମୁଖ କ୍ଷେତ୍ରରେ ସହ ଯୋଗ ସୁଦୃଢ କରିବା ପାଇଁ ଭାରତ ଏବଂ ଇଟାଲୀ ଏକ ବିସ୍ତୃତ ପଞ୍ଚବାର୍ଷିକ ଯୋଜନା ଘୋଷଣା କରିଛନ୍ତି । ପ୍ରଦାନମନ୍ତ୍ରୀ ମୋଦୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ପରେ ପଦକ୍ଷେପ ନିଆଯାଇଛି ।
Views: 39