The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଜିଲ୍ଲା ରିଟେଲର ଡ଼ିଲର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ

Facebook
Twitter
LinkedIn

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରିଟେଲର ଡ଼ିଲର ସଂଘ ପକ୍ଷରୁ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ଜିଲ୍ଲାଯୋଗାଣ ଅଧିକାରୀ ଏବଂ ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ଶତାଧିକ ରିଟେଲର ମାନେ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଛନ୍ତି । ୫ଦଫା ଦାବୀ ପୂରଣ ନିମନ୍ତେ ନିମନ୍ତେ ଡ଼ିଲରମାନେ ଦୀର୍ଘଦିନ ଧରି ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ୟ୍ୟନ୍ତ ନେହୁରା ହୋଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନଥିଲେ । ଯାହାଫଳରେ ରିଟେଲର ଡ଼ିଲର ମାନେ ବିକ୍ଷୋଭ ପନ୍ଥା ଗ୍ରହଣ କରିବା ପାଇଁ ବାଧ୍ୟ ହୋଇଛନ୍ତି । ଦାବୀ ଅନୁଯାୟୀ ଡ଼ିଲରମାନେ କରୋନା ସମୟରେ ନିଜର ତଥା ନିଜ ପରିବାର ଜୀବନକୁ ବିପନ୍ନକରି ମାଗଣାରେ ଯୋଗାଇ ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଅତ୍ୟାବଶ୍ୟକୀୟ ସାମ୍ରଗୀ ଦୀର୍ଘ ୨୮ମାସ ଧରି ବିନା ପାରିଶ୍ରମିକରେ ବିତରଣ କରିଥିଲେ । ବାରମ୍ବାର ଦାବୀପରେ ରାଜ୍ୟ ସରକାର ମାତ୍ର ୬ମାସର ପାଉଣା ଦେଇ ଅବଶିଷ୍ଟ ୨୨ମାସ ପ୍ରାପ୍ୟ ଦେଇନାହାନ୍ତି । ଖୁଚୁରା ବିକ୍ରେତା ମାନେ ପ୍ରାପ୍ୟରୁ ବଞ୍ଚିତ ହେବା ଦୁର୍ଭାଗ୍ୟଜନକ ବୋଲି ଡ଼ିଲର ସଂଘପକ୍ଷରୁ ଅଭିଯୋଗ ହୋଇଛି । ଜଗତସିଂହପୁର ଡ଼ିଲର ସଂଘ ସଭାପତି ଶରତ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲାର ସମସ୍ତ ଡ଼ିଲର ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପ-ଜିଲ୍ଲାପାଳ ଜିଲ୍ଲାଯୋଗାଣ ଅଧିକାରୀଙ୍କୁ ୫ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

ଗଞ୍ଜେଇ ମାଫିଆଙ୍କୁ ସାଧା ପୋଷାକରେ ଧରିବାକୁ ଆସି ଛେଚା ଖାଇଲେ ପୋଲିସ

ଗଞ୍ଜେଇ ମାଫିଆଙ୍କୁ ସାଧା ପୋଷାକରେ ଧରିବାକୁ ଆସି ଛେଚା ଖାଇଲେ ପୋଲିସ

ଭବାନୀପାଟଣା : ମହଙ୍ଗା ପଡିଲା ସାଦା ପୋଷାକରେ ଚଢ଼ାଉ । ଗଞ୍ଜେଇ ମାଫିଆକୁ ଧରିବାକୁ ଆସି ପୋଲିସ ହଟହଟ୍ଟା । ଚୋର ସନ୍ଦେହରେ ନିସ୍ତୁକ ପିଟିଲେ ଗାଁ...

ADVERTISEMENT
ବିଜେପି ସମ୍ବିଧାନ ଉପରେ ଆକ୍ରମଣ କରୁଛି –ରାହୁଲ

ସରକାର ଡ୍ରାଇଭରଙ୍କ ଦାବି ପୂରଣ କରନ୍ତୁ ; ସରକାର ଶୋଇ ପଡିଛି , ଉଠାଇବାକୁ ହେବ

ଭୁବନେଶ୍ୱର : ଡ୍ରାଇଭର ଆନେ୍ଦାଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ । ଡ୍ରାଇଭର ସଂଘ ଉପରେ ଚାପ ପକାଯାଇଥିଲା କହିଲେ ରାହୁଲ । ସମାବେଶକୁ ଭଣ୍ଡୁର...

ପାକିସ୍ତାନରେ ଚଳନ୍ତା ବସକୁ ଅଟକାଇ ୯ ଜଣଙ୍କୁ ଅପହରଣ , ପରେ ନେଇଗଲେ ଜୀବନ

ପାକିସ୍ତାନରେ ଚଳନ୍ତା ବସକୁ ଅଟକାଇ ୯ ଜଣଙ୍କୁ ଅପହରଣ , ପରେ ନେଇଗଲେ ଜୀବନ

ନୂଆଦିଲ୍ଲୀ : ଆକ୍ରମଣକାରୀମାନେ ପାକିସ୍ତାନରେ ଏକ ଚଳନ୍ତା ବସ୍ ଅଟକାଇ ୯ ଜଣ ଯାତ୍ରୀଙ୍କୁ ଅପହରଣ କରିଥିଲେ ଏବଂ ପରେ ସେମାନଙ୍କୁ ହତ୍ୟା କରିଥିଲେ । ଏହି...

Login