ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରିଟେଲର ଡ଼ିଲର ସଂଘ ପକ୍ଷରୁ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ଜିଲ୍ଲାଯୋଗାଣ ଅଧିକାରୀ ଏବଂ ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ଶତାଧିକ ରିଟେଲର ମାନେ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଛନ୍ତି । ୫ଦଫା ଦାବୀ ପୂରଣ ନିମନ୍ତେ ନିମନ୍ତେ ଡ଼ିଲରମାନେ ଦୀର୍ଘଦିନ ଧରି ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ୟ୍ୟନ୍ତ ନେହୁରା ହୋଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନଥିଲେ । ଯାହାଫଳରେ ରିଟେଲର ଡ଼ିଲର ମାନେ ବିକ୍ଷୋଭ ପନ୍ଥା ଗ୍ରହଣ କରିବା ପାଇଁ ବାଧ୍ୟ ହୋଇଛନ୍ତି । ଦାବୀ ଅନୁଯାୟୀ ଡ଼ିଲରମାନେ କରୋନା ସମୟରେ ନିଜର ତଥା ନିଜ ପରିବାର ଜୀବନକୁ ବିପନ୍ନକରି ମାଗଣାରେ ଯୋଗାଇ ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଅତ୍ୟାବଶ୍ୟକୀୟ ସାମ୍ରଗୀ ଦୀର୍ଘ ୨୮ମାସ ଧରି ବିନା ପାରିଶ୍ରମିକରେ ବିତରଣ କରିଥିଲେ । ବାରମ୍ବାର ଦାବୀପରେ ରାଜ୍ୟ ସରକାର ମାତ୍ର ୬ମାସର ପାଉଣା ଦେଇ ଅବଶିଷ୍ଟ ୨୨ମାସ ପ୍ରାପ୍ୟ ଦେଇନାହାନ୍ତି । ଖୁଚୁରା ବିକ୍ରେତା ମାନେ ପ୍ରାପ୍ୟରୁ ବଞ୍ଚିତ ହେବା ଦୁର୍ଭାଗ୍ୟଜନକ ବୋଲି ଡ଼ିଲର ସଂଘପକ୍ଷରୁ ଅଭିଯୋଗ ହୋଇଛି । ଜଗତସିଂହପୁର ଡ଼ିଲର ସଂଘ ସଭାପତି ଶରତ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲାର ସମସ୍ତ ଡ଼ିଲର ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପ-ଜିଲ୍ଲାପାଳ ଜିଲ୍ଲାଯୋଗାଣ ଅଧିକାରୀଙ୍କୁ ୫ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଜିଲ୍ଲା ରିଟେଲର ଡ଼ିଲର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











