ଜଗତସିଂହପୁର (ଲୋକନାଥ ସାହୁ) : ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଂଯୋଜକ ନଟବର ବାରିକଙ୍କ ସଭାପତିତ୍ବରେ ଆସନ୍ତା ୧୧ ତାରିଖରେ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବାକୁ ଥିବା “ସମ୍ବିଧାନ ବଞ୍ଚାଅ ସମାବେଶ” ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭରେ ବର୍ଷିୟାନ କଂଗ୍ରେସ ନେତା, ପୂର୍ବତନ ସରପଞ୍ଚ ମୁରଲୀଧର ରଥ ଙ୍କ ବିୟୋଗରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଯୋଗଦେଇ ରାଜ୍ୟରେ ବଢୁଥିବା ନାରୀ ନିର୍ୟାତନା, ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା, ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ଆଦି ପ୍ରତିବାଦରେ ଆସନ୍ତା ଜୁଲାଇ ମାସ ୧୧ ତାରିଖ ଦିନ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱରର ବରମୁଣ୍ଡା ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ,ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ କେ ସି ବେନୁଗୋପାଳ ପ୍ରମୁଖ ଯୋଗଦେବାର କାର୍ୟ୍ୟକ୍ରମ କୁ ସଫଳ କରିବାକୁ ଉପସ୍ଥିତ ନେତୃମଣ୍ଡଳୀ ଙ୍କ ସହଯୋଗ କାମନା କରିଥିଲେ।
ଜିଲ୍ଲା କଂଗ୍ରେସ ପକ୍ଷରୁ “ସମ୍ବିଧାନ ବଞ୍ଚାଅ ସମାବେଶ” ପାଇଁ ପ୍ରସ୍ତୁତି ବୈଠକ

Facebook
Twitter
LinkedIn
Facebook
Twitter
LinkedIn
Recent News
ବର୍ଷାରେ ଭିଜିବ ଗଣେଶ ପୂଜା !
ଭୁବନେଶ୍ୱର : ଆଗାମୀ ୪୮ ଘଣ୍ଟା ମଧ୍ୟରେ ସକ୍ରିୟ ଘୁର୍ଣ୍ଣିବଳୟ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ତାହାର ପ୍ରଭାବରେ ଆଗାମୀ ୩୧ ତାରିଖ ପର୍ୟ୍ୟନ୍ତ ବର୍ଷା ରାଜ୍ୟରେ...
AICC ଏସସି ପରିଷଦରେ ଭକ୍ତ ଦାସ
ଭୁବନେଶ୍ୱର : AICC ଏସସି ବିଭାଗ ପରାମର୍ଶଦାତା ପରିଷଦରେ ଭକ୍ତ ଦାସ । ୪୧ ଜଣିଆ ପରାମର୍ଶଦାତା ପରିଷଦରେ ପିସିସି ସଭାପତି ଭକ୍ତ ଦାସ । ଏଆଇସିସି...
ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗ
ଜଳେଶ୍ୱର : ଯୁବତୀଙ୍କୁ ନିଶା ଦେଇ ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗ । ଭୋଗରାଇ ଥାନାରେ ଅଭିଯୋଗ କଲେ ନିଜେ ପୀଡିତା । ୫ ମାସ ଅଟକ...
ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ
ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ...