ଜଗତସିଂହପୁର : ବିଜେପି ରାଜ୍ୟସଭା ସାଂସଦ ପ୍ରାର୍ଥୀଙ୍କୁ ବିଜେଡ଼ିର ସମର୍ଥନ କରିବା ପ୍ରତିବାଦରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଟାଉନ ହଲ ସ୍ଥିତ କଂଗ୍ରେସ କାର୍ୟ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭିକେ ପଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।କେନ୍ଦ୍ରରେ ବିଜେପି ସରକାର ସହିତ ରାଜ୍ୟର ବିଜେଡି ସରକାର ଭାଇ ଭାଇ ହୋଇ ଓଡ଼ିଶାରେ ଲୋକ ମାନଙ୍କୁ ଭୁଆଁ ବୁଲାଉଛନ୍ତି।ଏବେ ଠାରୁ ଓଡ଼ିଶାର ଲୋକ ମାନେ ସଚେତନ ହୋଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଚିତ୍ ଜବାବ ଦେବାକୁ ଆହ୍ବାନ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ,ପୂର୍ବତନ ନଗର ପାଳ ବିପ୍ଳବ ଚୌଧୁରୀ,ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ ଜେନା,ନଗର କଂଗ୍ରେସ ସଭାପତି ଅବୁଲି ମହାନ୍ତି ଓ କଂଗ୍ରେସ କର୍ମୀମାନେ ବିଜେଡି ଓ ବିଜେପି ସରକାରଙ୍କ ବିରୋଧରେ ବର୍ଷିଥିଲେ।
Views: 90











