ଜଗତସିଂହପୁର : ଜଗତସିଂହପୁର କୋର୍ଟ ଛକ ସ୍ଥିତ ସ୍ଵାଧୀନତା ସଂଗ୍ରାମୀ ଭବନ ପରିସରରେ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଟାଉନହଲ ସମ୍ମୁଖରେ ଥିବା କଂଗ୍ରେସ କାର୍ୟ୍ୟାଳୟ ଠାରେ ପତାକା ଉତ୍ତଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ପରେ ଜିଲ୍ଲା ସଭାପତି ନଟବର ବାରିକଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଥାନା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।ଜିଲ୍ଲା ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଭାରେ ପୌରାଧକ୍ଷା ଅର୍ଚ୍ଚନା ସିଂହ,ନଗର କଂଗ୍ରେସ ସଭାପତି ଅବୁଲି ମହାନ୍ତି,ବରିଷ୍ଠ କଂଗ୍ରେସ ନେତା ପ୍ରସନ୍ନ ସାମନ୍ତରାୟ,ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲିକ,ପୂର୍ବତନ ପୌରଧକ୍ଷ ବିପ୍ଳବ ଚୌଧୁରୀ,ବ୍ଲକ କଂଗ୍ରେସ ସଭାପତି ଆଦୈତ୍ ଜେନା,ବରିଷ୍ଠ କଂଗ୍ରେସ ନେତା ପୂର୍ଣ୍ଣ ଚନ୍ଦ୍ର ପରିଡା ପ୍ରମୁଖ ଯୋଗ ଦେଇ କଂଗ୍ରେସ ଦଳର ଐତିହ୍ୟ ଉପରେ ଆଲୋକପାତ କରିବା ସହିତ ଆଗାମୀ ଦିନରେ ଦଳୀୟ କର୍ମୀମାନେ ଏକାଠି ହୋଇ ଗାଁଗାଁ ରେ ଘର ଘର ବୁଲି ଲୋକ ମାନଙ୍କୁ କଂଗ୍ରେସ ଦଳର ନୀତି ଆଦର୍ଶ ବିଷୟରେ କହିବା ସହିତ ଆଗାମୀ ନିର୍ବାଚନରେ କଂଗ୍ରେସ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଦଳୀୟ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।
ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରାର୍ଥନା କରୁଥିବା ସମୟରେ ଭକ୍ତଙ୍କୁ ଆସିଲା ହୃଦଘାତ
ମଥୁରା : ମନ୍ଦିରରେ ପ୍ରାର୍ଥନା କରୁଥିବା ବେଳେ ଭକ୍ତଙ୍କୁ ଆସିଲା ହୃଦଘାତ । ଚାଲିଗଲା ଭକ୍ତଙ୍କ ଜୀବନ । ମୃତକ ଜଣକ ଉତ୍ତର ପ୍ରଦେଶର ମିରଟର ବୋଲି...
ଆଜିଠୁ ୩ ଦିନିଆ ଗସ୍ତରେ ବିହାର ଯିବେ ଅମିତ ଶାହା
ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏରେ ଆସନ ବଣ୍ଟନ ପରେ ବିଜେପି ଓ ଜେଡିୟୁ ଭାଗରେ ପଡ଼ିଥିବା ୧୦୧- ୧୦୧ ଆସନ ପାଇଁ ଦୁଇଦଳ...
ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି ; ସ୍ନେହାଙ୍ଗିନୀ ଛୁରିଆ
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଥିବା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତିକ୍ରିୟା । ମୁଁ ଓଡିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ,...
ନୂଆପଡା ବିକାଶ ଦାୟିତ୍ୱ ମୋର ; ମୁଖ୍ୟମନ୍ତ୍ରୀ
ନୂଆପଡା : ନୂଆପଡା ଉପନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ନୂଆପଡା ବିକାଶ ଦାୟିତ୍ୱ ମୋର, କଥାଦେଇ କଥା ରଖିବୁ । ନୂଆପଡା ଇତିହାସରେ ନୂଆ...