The Ultimate Managed Hosting Platform
ADVERTISEMENT

ଜିଲ୍ଲାରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କରିବା ଓ ପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ରକୁ କଟକ ସ୍ଥାନାନ୍ତର ନ କରିବା ପାଇଁ ଧାରଣା

Facebook
Twitter
LinkedIn

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ରକୁ କଟକ ସ୍ଥାନାନ୍ତର ବନ୍ଦ କରିବାକୁ ନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦିଆଯାଇଛି।ଗଣସଂଗ୍ରାମ ପରିଷଦର ବାସୁଦେବଙ୍କ ନେତୃତ୍ୱରେ ବିଜେପି,ବିଜେଡି,କଂଗ୍ରେସ,ସିପିଆଇ,ନବନିର୍ମାଣ କୃଷକ ସଂଗଠନ,ଜିଲ୍ଲା ଦଳିତ ବିକାଶ ପରିଷଦ,ଜିଲ୍ଲା ସାମ୍ବାଦିକ ସଂଘ,ବରିଷ୍ଠ ନାଗରିକ ବୁଦ୍ଧିଜୀବୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଏକାଠି ହୋଇ ଧାରଣା ଦେଇଛନ୍ତି। ଜଗତସିଂହପୁର ସଦମହକୁମା ଠାରୁ ମାତ୍ର ୬ କିଲୋମିଟର ଦୂରରେ ନିପୂର୍ ଠାରେ ମେଡିକାଲ କଲେଜ ନିର୍ମାଣ ପାଇଁ ବ୍ୟାପକ ସରକାରୀ ଜମି ରହିଛି। ଏଠାରେ ମେଡିକାଲ କଲେଜ ନକରି ଅନ୍ୟତ୍ର ସ୍ଥାନାନ୍ତର କରିବା ସହିତ ପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କଟକ ସ୍ଥାନାନ୍ତର କରିବା ନିଷ୍ପତିକୁ ଜଗତସିଂହପୁର ଜିଲ୍ଲା ବାସି ନାପସନ୍ଦ କରିବା ସହିତ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତିକୁ ବିରୋଧ କରି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣା ଦିଆ ଯାଇଛି।କଂଗ୍ରେସ ଦଳର ଜିଲ୍ଲା ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଧାରଣାରେ ଦଳ ମତ ନିର୍ବିଶେଷରେ ସମସ୍ତ ଜନସାଧାରଣ ଏହି ଧାରଣାରେ ଯୋଗଦେଇ ପ୍ରଶାସନର ଏଭଳି ନିଷ୍ପତିକୁ ଦୃଢ଼ ବିରୋଧ କରିବା ସହିତ ଦାବି ପୂରଣ ନହେବା ପର୍ୟ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login