ଜଗତସିଂହପୁର : ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଦିଲ୍ଲୀକୁ ସାଇକେଲ ଯାତ୍ରା କଲେ ଉଦିୟମାନ ସଂଗ୍ରାମୀ ଯୁବକ ସୁରେନ୍ଦ୍ର ବିଶ୍ୱାଳ। ଜଗତସିଂହପୁର ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ସଂଗ୍ରାମୀ ଯୁବକ ସୁରେନ୍ଦ୍ର ବିଶ୍ୱାଳଙ୍କର ଆଜି ଠାରୁ ସାଇକେଲରେ ଦିଲ୍ଲୀ ଯାତ୍ରା ଆରମ୍ଭ କରିଛନ୍ତି । ଏହା ସହିତ ସେ ମାନ୍ୟବର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦାବି ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି । ଏହି ଅବସରରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଂଚଳର ସୁରେନ୍ଦ୍ର ବିଶ୍ୱାଳଙ୍କୁ ଜଗତସିଂହପୁର ଥାନା ଛକ ବିପ୍ଳବ ସ୍ବାଗତ କରିବା ସହିତ ଏହି ଯାତ୍ରାର ଉଦ୍ଦେଶ୍ୟ ସଫଳ ହେଉ ବୋଲି ଜଗନ୍ନାଥ ନିକଟରେ ପ୍ରାର୍ଥନା କରିଛନ୍ତି । ଏହା ସହିତ ଏହି ସାଇକେଲ ଯାତ୍ରାରେ ଭୁବନେଶ୍ୱରରେ ପହଁଚିବା ପରେ ମହାମହିମ ରାଜ୍ୟପାଳଙ୍କୁ ମଧ୍ୟ ଏକ ଦାବିପତ୍ର ପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି ।
Views: 81











