ଜଗତସିଂହପୁର : ଦିନକୁ ଦିନ ତେଜୁଛି ଚାଷୀ ଆନ୍ଦୋଳନ ର କେତେବେଳେ ଜଳ ସେଚନ ପାଇଁ ସମସ୍ୟା ତ କେତେବେଳେ ମଣ୍ଡି ଜନିତ ସମସ୍ୟା ଯାହାକୁ ନେଇ ବିଭିନ୍ନ ସମୟରେ ରାଜରାସ୍ତା କୁ ଓହ୍ଲାଇଛନ୍ତି ଚାଷୀ । ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର ସୁବିଧା ସହଯୋଗ ଓ ଯୋଜନାର ବ୍ୟବସ୍ଥା କରାଯାଇ ଥିବା ବେଳେ ଏହାକୁ କିଛି ଅସାଧୁ ପ୍ରଶାସନିକ ଅଧିକାରୀ ମାନେ ଏହା ଚାଷୀ ମାନଙ୍କ ପାଖରେ ପହଞ୍ଚେଇବା ବଦଳରେ ଆତ୍ମସାତ କରୁଥିବା ଦେଖାଯାଉଛି । ଯାହାକୁ ନେଇ ଆଜି ରଘୁନାଥପୁର ବ୍ଲକର ରାଢ଼ଙ୍ଗ ପଞ୍ଚାୟତର ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବା ସହିତ ନିଜ ର ଦାବୀ ଉପସ୍ଥାପନା କରିଛନ୍ତି । ମୁଖ୍ୟତଃ ଗତ ଲଘୁଚାପ ଜନିତ ବର୍ଷା ରେ ତିନି ସହରୁ ଉର୍ଦ୍ଧ ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇ ଲକ୍ଷାଧିକ ଟଙ୍କା ର କ୍ଷତି ସହିଥିବା ବେଳେ ପ୍ରଶାସନର ନଜର ଏହା ଉପରେ ପଡୁନାହିଁ । ଏହାର ସ୍ଥାୟୀ ପ୍ରତିକାର ନକରିବା ଫଳରେ ଲଗାତାର ଆଠ ବର୍ଷ ଧରି ଏଭଳି କ୍ଷତି ସହୁଥିବା ନେଇ ଅଭିଯୋଗ ଆଣିଛି ଚାଷୀ । ତେବେ ଏହି ସବୁ ସମସ୍ୟା ସମାଧାନ କରିବା ନିମନ୍ତେ ଆଜି ରାଢ଼ଙ୍ଗ ପଞ୍ଚାୟତର ଶତାଧିକ ଚାଷୀ ମାନେ ଏକ ଦାବୀପତ୍ର ଜିଲ୍ଲାପାଳକୁ ପ୍ରଦାନ କରିଵା ସହିତ ଜିଲ୍ଲାପାଳଙ୍କ କାର୍ୟ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯଦି ଏହି ଦାବୀ ଗୁଡିକ ଶୀଘ୍ର ପୂରଣ ନକରାଯାଏ ଆଗାମୀ ଦିନରେ ଚାଷୀ ମାନେ ଜିଲ୍ଲାପାଳଙ୍କ କାର୍ୟାଳୟ ସମ୍ମୁଖରେ ଆମରଣ ଅନଶନ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ।
ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କ୍ଷତିଗ୍ରସ୍ତ ଚାଷୀଙ୍କ ବିକ୍ଷୋଭ

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...