ଜିରାଙ୍ଗ : ଅଯୋଧ୍ୟ୍ୟା ରେ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ପ୍ରତିଷ୍ଠା ଆସନ୍ତା ଜାନୁଆରୀ ୨୨ ତାରିଖ ହେବାକୁ ଯାଉଥିବା ବେଳେ ବର୍ତମାନ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ର ପରିକ୍ରମା କରାଯାଉଅଛି । ସେହିଭଳି ରାୟଗଡ ବ୍ଲକର ଜିରାଙ୍ଗ ଗ୍ରାମରେ ଥିବା ଶ୍ରୀ ବଳଦେବ ଜୀଉ ପୀଠରେ ଶହ ଶହ ରାମ ଭକ୍ତଙ୍କ ସମାଗମ ସହିତ ଅଯୋଧ୍ୟ୍ୟା ରୁ ପହଂଚି ଥିବା ଅକ୍ଷତ କଳସକୁ ଉଲ୍ଲାସର ସହିତ ବନ୍ଦାପନା ସହିତ ଗ୍ରାମର ସମସ୍ତ ସାହିକୁ ପରିକ୍ରମା କରାଯାଇ ଥିଲା । ଏହି ପରିପ୍ରେକ୍ଷୀରେ ଜିରାଙ୍ଗ ଗ୍ରାମର ଶ୍ରୀ ବଳଦେବ ପୀଠ ରେ ଜୟ ଶ୍ରୀ ରାମ.. ଜୟ ଶ୍ରୀରାମ.. ଧ୍ୱନି ରେ କମ୍ପି ଉଠି ଥିଲା । ଯାହା ଶହ ଶହ ରାମ ଭକ୍ତଙ୍କ ସପ୍ନ ସାକାର ହେଇଛି ବୋଲି କିଛି ଭକ୍ତ ମତ ରଖିଥିଲେ । ଏଠାରେ ଜିରାଙ୍ଗ ବଳଦେବ ଜିଉଙ୍କ ପରିଚାଳନା କମିଟିର ସମ୍ପାଦକ ଆନନ୍ଦ ପାଇକ, ଭାଗ୍ୟରଥୀ ଗୌଡ଼, ବଜରଙ୍ଗ ଦଳର ଜିଲ୍ଲା ସମ୍ପାଦକ ଶ୍ୟାମ ସୁନ୍ଦର ଶବର,ଜିଲ୍ଲା ସତସଙ୍ଗ ପ୍ରମୁଖ ମୁକୁନ୍ଦ କାର୍ଜି, ସନ୍ୟା ଶବର,ମହେନ୍ଦ୍ର କୁମାର ବେହେରା, ସୁରେନ୍ଦ୍ର ଭୂୟାଁ ଓ ଜଗନ୍ନାଥ ଦଳେଇ ପ୍ରମୁଖ ଏହି କାଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
ଜିରାଙ୍ଗ ଠାରେ ପହଞ୍ଚିଲା ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











