The Ultimate Managed Hosting Platform
ADVERTISEMENT

‘ଜିନତ’ ପାଇଁ ସୁନ୍ଦରବନ ଢାଞ୍ଚା, ଗାଁ ଚାରିପଟେ ଟଣାଗଲା ନାଇଲନ ଜାଲ

Facebook
Twitter
LinkedIn

ବାରିପଦା : ନାକେଦମ କଲାଣି ବାଘୁଣୀ ‘ଜିନତ’ । ଓଡ଼ିଶା ବନ ବିଭାଗ ପକ୍ଷରୁ ବାଘୁଣୀ ‘ଜୀନତ୍’ ବେକରେ ଲଗାଯାଇଥିବା ରେଡିଓ କଲାରକୁ ଭରସା କରିପାରୁନି ପଶ୍ଚିମବଙ୍ଗ ବନ ବିଭାଗ। ବାଘୁଣୀଟି ଅଧିକାଂଶ ସମୟରେ ଘଞ୍ଚ ଜଙ୍ଗଲରେ ବୁଲୁଥିବାରୁ ଏହି ରେଡିଓ କଲାର୍ ଦ୍ବାରା ସଠିକ୍ ଅବସ୍ଥିତି ଟ୍ରାକ୍ କରିବା ସହଜ ହେଉନି। ଫଳରେ ଏହାର ଗିତିବିଧି ଉପରେ ନଜର ରଖିବାରେ ସମସ୍ୟା ହେଉଛି। ପରିଣାମ ସ୍ବରୂପ ମଙ୍ଗଳବାର ଦିନ ଜଙ୍ଗଲ ନିକଟବର୍ତ୍ତୀ ଗାଁରେ ପଶି ୮ରୁ ଅଧିକ ଛେଳିଙ୍କୁ ଶିକାର କରିଛି ଜୀନତ୍। ବନ ବିଭାଗର ଶତାଧିକ କର୍ମଚାରୀ ବିଭିନ୍ନ ଅଞ୍ଚଳରେ ମୁତୟନ ହୋଇଥିଲେ ବି ‘ଜୀନତ୍’ ସମସ୍ତଙ୍କୁ ଚକ୍ମା ଦେଇ ଜନବସତିରେ ପଶିଥିଲା। ତେଣୁ ସ୍ଥାନୀୟ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଫଳରେ ପଶ୍ଚିମବଙ୍ଗ ବନ ବିଭାଗ ସୁନ୍ଦରବନ ସୁରକ୍ଷା ଢାଞ୍ଚାକୁ ଆପଣାଇ ୬ଟି ସ୍ମାର୍ଟ କ୍ୟାମେରା ସହ ନାଇଲନ୍ ଜାଲର ଫେନ୍ସିଂ କରାଯାଇଛି। ବାଘୁଣୀକୁ ଧରିବା ପାଇଁ ବନ ବିଭାଗ ଖାଦ୍ୟ ଲୋଭ ଦେଖାଇ ପିଞ୍ଜରା ଓ ଜାଲ ବସାଇଥିଲେ। ହେଲେ ପରବର୍ତ୍ତୀ ସମୟରେ କିଛି ସମୟ ପାଇଁ ଟ୍ରାକ୍ କରିବାରେ ବିଫଳ ହୋଇଥିଲେ ବନ କର୍ମଚାରୀ। ଏହି ସମୟରେ ଜଙ୍ଗଲରୁ ବାହାରି ଗାଁରେ ପଶିବା ସହ ଛେଳି ଶିକାର କରିଥିଲା ଜୀନତ୍। ବାଘୁଣୀ ବେକରେ ଲାଗିଥିବା ରେଡିଓ କଲାରକୁ ଭରସା କରିବାରୁ ଏମିତି ଘଟିଲା ବୋଲି ପଶ୍ଚିମବଙ୍ଗ ପୁରୁଲିଆ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେଣୁ ଏବେ ଜୀନତ୍ ବୁଲୁଥିବା ବାନ୍ଦୋଆଁ ଜଙ୍ଗଲରେ ୬ଟି ସ୍ମାର୍ଟ କ୍ୟାମେରା ଲଗାଇଛି ପଶ୍ଚିମବଙ୍ଗ ବନ ବିଭାଗ। ୨ଟି ସ୍ବତନ୍ତ୍ର ଟିମ୍ ଏହି କ୍ୟାମରାର ପ୍ରତିଟି ଦୃଶ୍ୟକୁ ଯାଞ୍ଚ କରୁଛନ୍ତି। ଲୋକଙ୍କ ସୁରକ୍ଷା ପାଇଁ କେବଳ ଜିପିଏସ୍ ସର୍ଭେଲାନ୍ସ ଉପରେ ନିର୍ଭର ନକରି ଏହି ବ୍ୟବସ୍ଥା କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login