ପାରାଦୀପ : ଜାହାଜରୁ ସନେ୍ଦହ ଜନକ ଆଉ ୧୪ ପ୍ୟାକେଟ ଜବତ । ପିଆଇସିଟି ବାର୍ଥରେ ଲାଗିଥିବା ଜାହାଜରୁ ମୋଟ ୨୨ ପ୍ୟାକେଟ ଜବତ । ଷ୍ଟିଲ ପ୍ଲେଟ ଆଣି ଆସିଥିବା ଏମଭି ଦେବା ଜାହାଜରୁ ଜବତ । ଜାହାଜର ସବୁ ଅପରେସନ ବନ୍ଦ କଷ୍ଟମ ଅଧିକାରୀଙ୍କ ତନାଘନା । କ୍ରିଉ ମେମ୍ବରଙ୍କୁ ଓହ୍ଲାଇ ସନ୍ଧାନୀ କୁକୁର ଦ୍ୱାରା ସର୍ଚ୍ଚ ଅପରେସନ ଜାରି । ଡ୍ରଗ ଟେଷ୍ଟିଂ କିଟ ଅଧିକାରୀଙ୍କ ଜାହାଜରେ ଯାଞ୍ଚ । ତେବେ ଜାହାଜର କର୍ମଚାରୀ ଏହି ପ୍ୟାକେଟକୁ କିଏ ଓ କଣ ପାଇଁ ରଖିଛି ତାହା କହି ପାରିନଥିଲେ। ପାରାଦୀପ ଆଦର୍ଶ ଥାନା , ସିଆଇଏସଏଫ ଓ ଡଗ୍ ସ୍କ୍ୱାର୍ଡକୁ ଖବର ଦିଆଯାଇଥିଲା। ଯାଞ୍ଚ ସମୟରେ ଏହି ପ୍ୟାକେଟ ଖୋଲାଯିବା ପରେ ସେଥିରୁ କିଛି ସନ୍ଦେହଜନକ ଜିନିଷ ମିଳିଛି। ତେବେ ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ ବୋଲି କୁହାଯାଇଛି।
Views: 77