ନୂଆଦିଲ୍ଲୀ : ଦେଶରେ ଜାରି ହେବ ୭୫ ଟଙ୍କିଆ ନୂଆ ମୁଦ୍ରା । ୨୮ରେ ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ଜାରି ହେବ । ନୂଆ ମୁଦ୍ରା ଜାରି ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା । ମୁଦ୍ରାରେ ସଂସଦ ଭବନ ଚିତ୍ର ସହ ସତ୍ୟମେବ ଜୟତେ ଲେଖାଥିବ । ହିନ୍ଦୀରେ ଭାରତ ଓ ଇଂରାଜୀରେ ଇଣ୍ଡିଆ ମଧ୍ୟ ଲେଖାଥିବ । ମେ ୨୫ ତାରିଖରେ ଜାରି କରାଯାଇଥିବା ‘ଗେଜେଟ୍’ ବିଜ୍ଞପ୍ତିରେ ଅର୍ଥମନ୍ତ୍ରାଳୟ କହିଛି ଯେ, ‘କଏନେଜ୍ ରୁଲ୍ସ ୨୦୨୩’ ଅନୁଯାୟୀ ଏହି ସ୍ମାରକୀ ମୁଦ୍ରା ଜାରି କରାଯିବ। ନୂଆ ସଂସଦ ଭବନ ଉଦ୍ଘାଟନ ଉତ୍ସବ ଅବସରରେ କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ବରେ ଜାରି ହେବାକୁ ଥିବା ଏହି ୭୫ ଟଙ୍କିଆ ଧାତବ ମୁଦ୍ରା ଟଙ୍କାଶାଳରେ ନିର୍ମାଣ କରାଯିବ।
ରୂପା, ତମ୍ବା, ନିକେଲ୍ ଓ ଦସ୍ତା ଧାତୁ ସମିଶ୍ରଣରେ ଏହି ୭୫ ଟଙ୍କିଆ ମୁଦ୍ରା ନିର୍ମାଣ କରାଯିବ। ୪୪ ମିଲିମିଟର୍ ଗୋଲେଇ ବିଶିଷ୍ଟ ଏହି ଧାତବ ମୁଦ୍ରାରେ ରହିବ ୨୦୦ଟି ଦାନ୍ତି। ଏହାର ସମ୍ମୁଖ ପାର୍ଶ୍ବରେ ରହିବ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଙ୍କେତ ସିଂହ।ଏହାବ୍ୟତୀତ ମୁଦ୍ରାର ପଛ ପାଶ୍ୱର୍ରେ ଖୋଦିତ ହେବ ସଂସଦ ପରିସରର ଚିତ୍ର। ଏହାର ଉପର ଗୋଲାର୍ଦ୍ଧ ଧାରରେ ଦେବନାଗରୀ ଲିପିରେ ଉଲ୍ଲେଖ ରହିବ ସଂସଦ ଭବନ। ତଳ ଗୋଲାର୍ଦ୍ଧ ଧାରରେ ଇଂରାଜୀ ଲିପିରେ ଉଲ୍ଲେଖ ରହିବ ‘ପାର୍ଲାମେଣ୍ଟ୍ କମ୍ପ୍ଲେକ୍ସ’। ସେହିପରି, ପାର୍ଲାମେଣ୍ଟ୍ ଚିତ୍ର ତଳେ ଉଲ୍ଲେଖ ରହିବ ବର୍ଷ ୨୦୨୩।
ଜାରି ହେବ ୭୫ ଟଙ୍କିଆ ମୁଦ୍ରା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











