ନୂଆଦିଲ୍ଲୀ : ଜାପାନରେ ଶକ୍ତିଶାଳୀ ଭୂମିକମ୍ପରେ ୬୨ ଜଣଙ୍କ ମୃତ୍ୟୁ । ଅନେକ କୋଠା ଭୁଶୁଡିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା । ସୋମବାର ୭.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପ ଯୋଗୁଁ ପ୍ରଶାସନ ସୁନାମୀ ସତର୍କତା ଜାରି କରିଥିଲା । ଆହୁରି ଅନେକ ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ହଜାର ହଜାର ଘର ଭୁଶୁଡି ପଡିଥିବା ବେଳେ ଭୂମିକମ୍ପ ପରେ ଆସିଥିବା ସୁନାମୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସମୁଦ୍ର ସ୍ଥଳଭାଗ ଆଡରୁ ମାଡି ଆସିବା ସହିତ ଘରଦ୍ୱାର ଭସାଇ ନେଇଥିବା ଦେଖିବାକୁ ମିଳିଛି । ଗୋଟିଏ ଦିନରେ ଦେଢ ଶହରୁ ଅଧିକ ଥର ଦୋହଲିଛି ଜାପାନ ।
Views: 93











