The Ultimate Managed Hosting Platform
ADVERTISEMENT

ଜାପାନ ଗସ୍ତର ତୃତୀୟ ଦିନରେ ନିପ୍ପନ ପ୍ଲାଣ୍ଟରେ ନବୀନ

Facebook
Twitter
LinkedIn

ଭୁବନେଶ୍ୱର : ଜାପାନ ଗସ୍ତର ତୃତୀୟ ଦିନରେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ପ୍ଲାଣ୍ଟ ବୁଲି ଦେଖିଛି ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ । ସେମାନେ କିମିସ୍ତୁ ଷ୍ଟିଲ୍ ଓ୍ଵାର୍କ ପ୍ଲାଣ୍ଟ ଓ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳରେ ଅଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ସଚିବ ପ୍ରଦୀପ ଜେନା, ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇପିକଲ୍ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ପ୍ରମୁଖ । ନିପ୍ପନ ଷ୍ଟିଲ୍ ପ୍ଲାଣ୍ଟ ବୁଲି ଦେଖିବା ବେଳେ ସେମାନଙ୍କର ପରିବେଶ ଉପଯୋଗୀ ପଦକ୍ଷେପ ଦେଖି ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି । କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ଦୁଇଟି ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଜାପାନରୁ ଓଡ଼ିଶାକୁ ଆସିଛି ୨୬ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ । ଗତକାଲି ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଜନେସ୍ ମିଟରେ ଯୋଗ ଦେବା ସହ ୧୨ଟି ବଡ଼ବଡ଼ ଇଣ୍ଡଷ୍ଟ୍ରିର କ୍ୟାପଟେନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login