ଏସ୍ଏସ୍ ରାଜାମୌଲିଙ୍କ ଫିଲ୍ମ ‘ଆରଆରଆର’ ଦେଶରେ ନୁହେଁ ବିଦେଶରେ ବି ରେକର୍ଡ ସୃଷ୍ଟି କରିଛି। ବକ୍ସ ଅଫିସ୍ରେ ବି ଜବରଦସ୍ତ କଲେକସନ୍ କରିଥିଲା। ଏହା ସାଉଥ୍ରେ ଏବଂ ହିନ୍ଦୀ ଭର୍ସନରେ ବି ବହୁତ ଧମାଲ କରିଛି। ରାମ ଚରଣ ଏବଂ ଏନଟିଆରଙ୍କ ଅଭିନୀତ ଚଳଚ୍ଚିତ୍ର ୱାର୍ଲ୍ଡ ୱାଇଡ୍ରେ ପ୍ରାୟ ୧୨୦୦ କୋଟି କଲେକସନ୍ କରିବାରେ ସଫଳ ହୋଇଥିଲା। ସମାଲୋଚକମାନଙ୍କ ଠାରୁ ଦର୍ଶକଙ୍କ ପର୍ଯ୍ୟନ୍ତ ଏହାକୁ ଉଚ୍ଚ ପ୍ରଶଂସା କରୁଛନ୍ତି। ଏହି ଚଳଚ୍ଚିତ୍ରଟି ଶୁକ୍ରବାର ଦିନ ଜାପାନରେ ମୁକ୍ତିଲାଭ କରିଛି। ସେଠାରେ ମଧ୍ୟ ଜବରଦସ୍ତ ରେସପନ୍ସ ପାଇଛି । ଜାପାନରେ ଏହା ଭାରତୀୟ ଚଳଚ୍ଚିତ୍ରର ସର୍ବୋତ୍ତମ ଓପନିଂ ହୋଇପାରିଛି। ଏହି ତାଲିକାରେ ପ୍ରଭାସଙ୍କ ‘ସାହୋ’କୁ ମଧ୍ୟ ପଛରେ ପକାଇଛି।

‘RRR’ ଜାପାନରେ ‘ସାହୋ’ର ରେକର୍ଡ ଭାଙ୍ଗିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରଟି ୧୮ ମିଲିୟନ ଜାପାନିଜ୍ କଲେକସନ୍ କରିଛି। ଯାହାକି ପ୍ରାୟ ୧.୦୬ କୋଟି ଟଙ୍କା । ଏହାପୂର୍ବରୁ ‘ସାହୋ’ ପ୍ରଥମ ଦିନରେ ୯୦ ଲକ୍ଷ କଲେକସନ୍ କରିଥିଲା। ରିପୋର୍ଟ ଅନୁଯାୟୀ, ଫିଲ୍ମ ସପ୍ତାହ ଶେଷରେ ୩.୫ କୋଟି ଟଙ୍କା ସଂଗ୍ରହ କରିପାରିବ।
‘RRR’ ନିର୍ଦ୍ଦେଶକ ରାଜାମୌଲି, ଅଭିନେତା ରାମ ଚରଣ ଏବଂ ଜୁନିୟର ଏନଟିଆରଙ୍କ ସମେତ ଫିଲ୍ମର ଟିମ୍ର ପ୍ରମୋସନ ପାଇଁ ଜାପାନରେ ଅଛନ୍ତି। ରାମ ଚରଣ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ ଶନିବାର ଦିନ ଘୋଷଣା କରିଛି । ଚଳିତ ବର୍ଷ ଏହି ଇଭେଣ୍ଟରେ ‘ଆରଆରଆର’ ପ୍ରଦର୍ଶିତ ହେବ।