The Ultimate Managed Hosting Platform
ADVERTISEMENT

ଜାପାନରେ ଭୂମିକମ୍ପ

Facebook
Twitter
LinkedIn

ନୂଆଦିଲ୍ଲୀ : ଜାପାନର ପୂର୍ବ-ଦକ୍ଷିଣପୂର୍ବ ଟୋକିଓ ସହରରେ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୬.୧ କ୍ଷୟକ୍ଷତିର ସୂଚନା ନାହିଁ । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଭୂମିକମ୍ପର କେନ୍ଦ୍ର ଟୋକିଓଠାରୁ ୧୦୭ କିମି ଦୂର ପୂର୍ବ-ଦକ୍ଷିଣ ପୂର୍ବରେ ରହିଥିଲା। ଭୂମିକମ୍ପର ଗଭୀରତା ଥିଲା ୬୫ କିଲୋମିଟର। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ, ଦ୍ୱିପ୍ରହର ପାଖାପାଖି ୩ଟା ୩୩ରେ କମ୍ପନ ଅନୁଭୂତ ହୋଇଥିଲା। ଏ ପର୍ୟ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ସାମ୍ନାକୁ ଆସିନାହିଁ। ଏଥିସହ ସୁନାମିର ବି କୌଣସି ଚେତାବନୀ ଜାରି କରାଯାଇ ନାହିଁ। ତେବେ ଚିବା ଏବଂ ଇବାରାକି ପ୍ରାନ୍ତରେ ଭୀଷଣ ଝଟ୍କା ଅନୁଭୂତ ହୋଇଥିବା ସୂଚନା ମିଳିଛି। କିନ୍ତୁ ଅଧିକ କ୍ଷୟକ୍ଷତିର ସମ୍ଭାବନା କମ୍ ବୋଲି ବିଜ୍ଞାନ କେନ୍ଦ୍ର କହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login