ନୂଆଦିଲ୍ଲୀ : ଜାପାନର ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ବିଶ୍ୱର ଏକ ବ୍ରାଣ୍ଡ କହି ମୋଦୀଙ୍କୁ ପ୍ରଶଂସା କଲେ ପ୍ରବାସୀ । ମୋଦୀଙ୍କ ପାଇଁ ବିଶ୍ୱରେ ଭାରତୀୟଙ୍କ ପରିଚୟ ବଦଳିଯାଇଛି । ୧୫ ତମ ଭାରତ-ଜାପାନ ଶିଖର ବୈଠକରେ ଯୋଗଦେବେ ମୋଦି । ପ୍ରଧାନମନ୍ତ୍ରୀ ହେବା ଠାରୁ ମୋଦୀଙ୍କର ଏହା ଅଷ୍ଟମ ଜାପାନ ଗସ୍ତ । ଏଥିସହ ସେ କହିଛନ୍ତି ଯେ ଗତ ୧୧ ବର୍ଷ ଭିତରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜବୁତ ହୋଇଛି ଏବଂ ଏବେ ଅର୍ଥନୀତି, ନିବେଶ ଏବଂ କୃତ୍ରିମ ବୁଦ୍ଧିମତ୍ତା ଏବଂ ସେମିକଣ୍ଡକ୍ଟର ସହଯୋଗ ଭଳି ନୂତନ ପ୍ରଯୁକ୍ତିବିଦ୍ୟା ଉପରେ ଧ୍ୟାନ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ଟୋକିଓରେ ପହଞ୍ଚିଛନ୍ତି । ଏହି ସମୟରେ ଜାପାନୀ ସମ୍ପ୍ରଦାୟର ଲୋକମାନେ ଗାୟତ୍ରୀ ମନ୍ତ୍ର ଏବଂ ଅନ୍ୟାନ୍ୟ ମନ୍ତ୍ର ଉଚ୍ଚାରଣ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ । ଜାପାନ ଗସ୍ତ ପରେ, ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧ ପର୍ୟ୍ୟନ୍ତ ଚୀନର ତିଆନଜିନରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବେ ।
ଜାପାନରେ ପ୍ରଧାନମନ୍ତ୍ରୀ ମୋଦୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











