ଭୁବନେଶ୍ୱର : ଜାନୁଆରୀ ୫ରୁ ଆରମ୍ଭ ହେବ ଆଦିବାସୀ ମେଳା-୨୦୨୫ । ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୫’। ଚଳିତ ବର୍ଷ ମେଳା ପରିସରରେ ୧୦୭ଟି ଷ୍ଟଲ୍ରେ ଜନଜାତିଙ୍କ ବିଭିନ୍ନ କାରିଗରୀ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରିବଟା ପାଇଁ ବ୍ୟବସ୍ଥା ହୋଇଛି। ଏହାସହ ୧୦ଟି ଘର ବା ଆଦିବାସୀ ଗ୍ରାମରେ ଝଲସିବ ଜନଜାଜତିଙ୍କ ଜୀବନଶୈଳୀ। ତେବେ ଚଳିତବର୍ଷ ନୂଆକରି ମେଳା ପରିସରରେ ନିର୍ମାଣ କରାଯିବ ‘ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ’। ଏହି ଗ୍ୟାଲେରୀରେ ଜନଜାତି ସମ୍ପ୍ରଦାୟର ପ୍ରାୟ ୧୫ଜଣ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ, ଜୀବନୀ ଓ ସେମାନଙ୍କ ବୀରତ୍ୱର କାହାଣୀ ପ୍ରଦର୍ଶିତ ହେବ।ତେବେ ଚଳିତ ବର୍ଷ ମେଳା ପରିସରରେ ଆଦିବାସୀ ସମ୍ପ୍ରଦାୟକଙ୍କ ବିଭିନ୍ନ ପାରମ୍ପରିକ ଖାଦ୍ୟ ଷ୍ଟଲ୍ ଖୋଲାଯିବ।ପ୍ରଥମଥର ଭୁବନେଶ୍ୱରରେ “ପ୍ରବାସୀ ଭାରତୀୟ ସମ୍ମିଳନୀ’ ଜାନୁଆରୀ ୮ରୁ ୧୦ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେଉଥିବାରୁ ଏହି ସମୟରେ ରାଜ୍ୟ ସରକାର ଆଦିବାସୀ ମେଳା ଆୟୋଜନ କରି ଓଡ଼ିଶାର ଆଦିବାସୀମାନଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ଆଦିର ବ୍ୟାପକ ପ୍ରଚାରପ୍ରସାର ପାଇଁ ଲକ୍ଷ୍ୟ ରଖିଛନ୍ତି।
ଜାନୁଆରୀ ୫ରୁ ଆଦିବାସୀ ମେଳା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...