ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଚଳିତ ବର୍ଷ ମାର୍ଚ୍ଚ ୩୦ ସୁଦ୍ଧା ‘ସୁଭଦ୍ରା’ ଆବେଦନ କଲେ ବି ଆବେଦନକାରୀ ମହିଳାଙ୍କୁ ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ ବୋଲି କହିଛନ୍ତି । ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନକଲା ଯାଏଁ ଚାଲିବ ପଞ୍ଜୀକରଣ । ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା କିନ୍ତୁ ମାର୍ଚ୍ଚ ୩୦ ପରେ ଆବେଦନ କଲେ ବି ମିଳିବ ପ୍ରଥମ କିସ୍ତି ଟଙ୍କା । ଏଥିପାଇଁ ବ୍ୟାଙ୍କ ଗୁଡିକ ସହିତ ବୈଠକ ସରିଲାଣି । ଏବେ ଅଙ୍ଗନବାଡ଼ି ଦିଦି ମାନେ ଘର ଘର ବୁଲୁଛନ୍ତି । ତେଣୁ ଯାହାର ୫ ଏକର ଜମି ଅଛି ବା ନାହିଁ, ଏହି ଦ୍ଵନ୍ଦ ପାଇଁ ଡିସେମ୍ବର ୩୦ ଯାଏଁ ସମୟ ଦିଆ ଯାଇଥିବା ବେଳେ ବର୍ତ୍ତମାନ ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି । ତେଣୁ ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ଆସିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।
ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

Facebook
Twitter
LinkedIn
Facebook
Twitter
LinkedIn
Recent News
୫ ହଜାର ବୋତଲ କଫ୍ ସିରପ ଜବତ
ସମ୍ବଲପୁର : ବଡ ଧରଣର କଫ୍ ସିରପ୍ ରାକେଟର ପର୍ଦ୍ଦାଫାସ । ଏହି ଘଟଣାରେ ୨୦ ଜଣ ଗିରଫ ହୋଇଛନ୍ତି । ୫ହଜାର ବୋତଲ କଫ ସିରପ...
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...
e-KYC କରି ନ ଥିଲେ ମିଳିବନି ଚାଉଳ ; ମନ୍ତ୍ରୀ
ଭୁବନେଶ୍ୱର : e-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।...