ଭୁବନେଶ୍ୱର : ଉପାନ୍ତଠୁ ଉପକୂଳ ସବୁଠି ଶୀତ ଲହରି । ୧୦ ଡିଗ୍ରୀ ତଳେ ୭ ସହର । ଆଗକୁ ଆହୁରି ଥରାଇବ ପାରଦ । ମୟୁରଭଞ୍ଜ ଶିମିଳିପାଳରେ ଏବେ ହାଡ ଭଙ୍ଗା ଶୀତ ସହ ବିଭିନ୍ନ ସ୍ଥାନରେ ତୁଷାରପାତ । ପ୍ରବଳ ଶୀତ ସାଙ୍ଗକୁ ଦିନ ପ୍ରାୟ ୧୦ଟା ଯାଏଁ କୁହୁଡି ଲାଗି ରହୁଛି । ରାତି ତାପମାତ୍ରା ୫ ଡିଗ୍ରି ସେଲସିୟସକୁ ଖସିଥିବା ବେଳେ ତୁଷାରପାତ ଯୋଗୁ ଜନଜୀବନ ପ୍ରଭାବିତ । ଶୀତ ସାଙ୍ଗକୁ ଘନ କୁହୁଡିରେ ଅସ୍ତବ୍ୟସ୍ତ ଲୋକେ । ପରବର୍ତ୍ତୀ ୩ ଦିନରେ ପାରଦ ୩ରୁ୫ ଡିଗ୍ରି ସେଲସିୟସ ଯାଏ ଖସିବ । ୨୪ ଘଣ୍ଟାରେ କଳାହାଣ୍ଡି. କନ୍ଧମାଳ, ବଲାଙ୍ଗିର ଓ ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ମଧ୍ୟମରୁ ଘନ କୁହୁଡିର ସମ୍ଭାବନା ରହିଛି ।
Views: 30