ଭଦ୍ରକ : ଦିନକ ପରେ ଜାଗର ଯାତ୍ରା। ଚଳଚଞ୍ଚଳ ହେଲାଣି ସମସ୍ତ ଶୈବପୀଠ । ଆରଡିର ଆଖଣ୍ଡଳମଣି ପୀଠ ବି ହେଲାଣି ଚଳଚଞ୍ଚଳ । ଜାଗରଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ସମସ୍ତ ପ୍ରକାରର ପ୍ରସ୍ତତି ଚାଲିଛି ଆରଡିର ପୀଠରେ। ପୂବରୁ ଜିଲ୍ଲା ପ୍ରଶସାନ ପକ୍ଷରୁ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଗତକାଲି ଉପଜିଲ୍ଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ପାତ୍ର ଆରଡିରେ ପହଁଚି ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ମହାଶିବରାତ୍ରୀ ଦିନ ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିପାରିବେ ସେଥିପାଇଁ ବୟାରିକେଡର ବ୍ୟବସ୍ଥା କରାଯାଇଛି। ଏଥିସହ ପୀଠର ପରିମଳ ବ୍ୟବସ୍ଥା ସମେତ ସମସ୍ତ ପ୍ରକାରର ସୁବନ୍ଦୋବସ୍ତ ପାଇଁ ଲାଗି ପଡିଛି ମନ୍ଦିର ପ୍ରଶାସନ।
Views: 124











