The Ultimate Managed Hosting Platform
ADVERTISEMENT

ଜଳ କଷ୍ଟ : ଶୋଷ ମେଣ୍ଟିିବା ପାଇଁ ପିଉଛନ୍ତି ଗୋଳିଆ ପାଣି , ସରକାରୀ କର୍ମଚାରୀଙ୍କ ଅବହେଳାରୁ ମିଳୁନି ପାଣି ସୁବିଧା

Facebook
Twitter
LinkedIn

ଗଜପତି (ଅଜିତ କୁମାର ପରିଛା) : ପିଇବା ପାଣି ପାଇଁ ହଟହଟା । ପାଣି ମୁନେ୍ଦ ମିଳୁନି ପିଇବାକୁ । ବିଶୁଦ୍ଧ ଜଳଯୋଗାଣ ବ୍ୟବସ୍ଥା ଏଠି ସମ୍ପୂର୍ଣ୍ଣ ଫେଲ୍। ଜଳ ଅଭାଵରୁ ବିକଳ୍ପ ନ ପାଇ ଦୁଷିତ ଝରଣା ପାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ । ତାହା ପୁଣି ଜନବସତି ଠାରୁ ତିନି କିଲୋମିଟର ଦୂର ପାହାଡ ଉପରେ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ ବ୍ଲକର ଜିରାଙ୍ଗ ପଞ୍ଚାୟତ ଵାରୁସିଙ୍ଗ ଗ୍ରାମରେ ଏଠାରେ ଅସିଏ ଘର ରହୁଥିବା ଜନସଂଖ୍ୟା ଚାରିଶହ ।


ବିଶୁଦ୍ଧ ଜଳଯୋଗାଣ ପାଇଁ ସରକାରଙ୍କ ପକ୍ଷରୁ ବହୁ ଅର୍ଥ ବ୍ୟୟ ହେଉଛି। ଘରେ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଗୁରୁତ୍ବ ମଧ୍ୟ ଦିଆଯାଉଛି। ଏଥିପାଇଁ ନିର୍ମାଣ ହେଉଛି ଓଭରହେଡ ଟ୍ୟାଙ୍କ, ଗଭୀର ନଳକୂପ ଆଦି ପ୍ରକଳ୍ପ। ତେବେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଅନେକ ସ୍ଥାନରେ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ସରକାରଙ୍କ ବସୁଧା ଯୋଜନାରେ ସୋଲାର ଚାଳିତ ପମ୍ପ ସହ ପାଣି ଟେଙ୍କ ରହିଛି ଆଉ ପାଣିବି ଆସୁଛି କିନ୍ତୁ ତାହା ପାନୀୟ ଯୋଗ୍ୟ ନୁହଁ, ଟେଙ୍କ ଓ ନଳକୂପ ସଫା ନକରିବା କାରଣରୁ ସମ୍ପୃର୍ଣ୍ଣ ଦୁଷିତ ହୋଇ ପଡ଼ିଛି, ସମାନ ଭାବରେ ଦୁଇଟି ନଳକୂପ ମଧ୍ୟ ରହିଛି ସେଥିମଧ୍ୟରୁ ଗୋଟିଏ ଅଚଳ ଆଉ ଗୋଟିଏରେ ଗୋଳିଆ ନାଲିପାଣି ବାହାରୁଛି ତେଣୁ ତାକୁ ପାନୀୟ ଜଳ ଭାବରେ ବ୍ୟବହାର କରିପାରୁ ନାହାଁନ୍ତି, ସେହିଭଳି କିଛି ବର୍ଷ ପୁର୍ବେ ଏକ ଘରୋଇ ସଂସ୍ଥା ଦ୍ବାରା ଝରଣା ପାଣିକୁ ପାଇପ ଯୋଗେ ଆଣି ବ୍ୟବହାର ପାଇଁ ବ୍ୟବସ୍ଥା କରାଯାଈଥିଲା ତାହାବି କିଛି ଦିନ ପରେ ନଷ୍ଟ ହୋଇ ପଡି ରହିଛି । ଏସବୁକୁ ଦେଖିଲେ ଯାହା ଅନୁଭବ ହେଉଛି ସବୁ ଥାଇ କିଛି ନଥିବା ଭଳିଆ ଝରଣା ପାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ।


ଦୁଷିତ ଜଳ ପିଇ ବିଭିନ୍ନ ରୋଗର ଶିକାର ହେଉଥିବା ଖରା ଦିନେ ଝରଣା ପାଣି ଶୁଖିଜିବା ଫଳରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ବାରମ୍ବାର ଅନୁରୋଧ ପରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଲୋକେ। ଏସମ୍ପର୍କରେ ଗ୍ରାମିୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତାଙ୍କର କହିବା ହେଲା ପ୍ରକଳ୍ପର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ବ ପଞ୍ଚାୟତକୁ ହସ୍ତାନ୍ତର କରାଯାଈଛି । ଯଦି ସେଭଳି କିଛି ସମସ୍ୟା ଅଛି ତାହା ଯନ୍ତ୍ରୀଙ୍କ ମାଧ୍ୟମରେ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଆଦିବାସୀ ଇଲାକାରେ ବିଶୁଦ୍ଧ ଜଳ ଜୋଗାଣ ପାଇଁ ଘରେଘରେ ପହଞ୍ଚିବା ସରକାର କହୁଥିବା ବେଳେ ରାୟଗଡ଼ ବ୍ଲକରେ ବ୍ୟତିକ୍ରମ ଦେଖାଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login