କଟକ : ତ୍ରିଶୂଳିଆ ବ୍ରିଜ ଉପରେ ଜଳିଗଲା ବ୍ୟାଟେରୀ ଗାଡି । ସ୍କୁଟିରେ ଯାଉଥିବା ବେଳେ ହଠାତ୍ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଆଜି ସକାଳେ ବ୍ୟକ୍ତି ଜଣକ ତ୍ରିଶୁଳିଆରୁ କଟକ ଅଭିମୁଖେ ଆସୁଥିଲେ । ହଠାତ ସ୍କୁଟିରେ ଲାଗିଥିଲା ନିଆଁ । ଚାଳକ ଏହା ଜାଣି ପାରି ଗାଡି ଛାଡି ପଳାଇଥିଲେ । ପରେ ରାସ୍ତା ଉପରେ ବ୍ୟାଟେରୀ ସ୍କୁଟି ହୁହୁ ହୋଇ ଜଳିଥିଲା । ତେବେ ଗାଡିରେ ନିଆଁ ସର୍ଟସର୍କିଟରୁ ଲାଗିଥିବା ଜଣାପଡିଛି ।
Views: 37