The Ultimate Managed Hosting Platform
ADVERTISEMENT

ଜଳିଗଲା ଦୁଇଟି ଫାଷ୍ଟଫୁଡ୍ ଦୋକାନ

Facebook
Twitter
LinkedIn

ବାରିପଦା : ଜଳିଗଲା ଦୁଇ ଦୋକାନ । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ମଧୁବନଠାରେ ଭୋରରୁ ପ୍ରାୟ ସାଢେ ୩ଟା ସମୟରେ ଦୁଇଟି ଫାଷ୍ଟଫୁଡ୍ ଦୋକାନ ପୋଡି ପାଉଁଶ ହୋଇଯାଇଛି । ତେବେ ସକାଳେ ଲୋକେ ମର୍ଣ୍ଣିଂଓ୍ବାକ୍ କରିବାକୁ ବାହାରିଥିବା ବେଳେ ଦୋକାନ ଦୁଇଟି ଜଳୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଫାଷ୍ଟଫୁଡ୍ ଦୋକାନରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟିବା ଯୋଗୁଁ କେହି ଡରରେ ଦୋକାନ ପାଖକୁ ଯିବାକୁ ସାହସ କରି ପାରିନଥିଲେ ।

ଦମକଳ ବହୁ କଷ୍ଟରେ ନିଆଁ ଲିଭାଇଥିଲା ହେଲେ ସେତେବେଳକୁ ସବୁକିଛି ପୋଡି ଯାଇଥିଲା । ପୋଡି ଯାଇଥିବା ଦୁଇ ଦୋକାନର ମାଲିକ ଗୋପାଲ ତରେଇ ଓ ବିନୋଦ ସାହୁଙ୍କ ମଧ୍ୟରେ ବହୁଦିନରୁ ଶତ୍ରୁତା ଲାଗି ରହିଥିଲା । ତେବେ ସେହି ପୂର୍ବ ଶତ୍ରୁତା କାରଣରୁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଏଯାଏଁ ଅଗ୍ନିକାଣ୍ଡର ସତ୍ୟାସତ୍ୟ କାରଣ ସ୍ପଷ୍ଟ ହୋଇନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login