May 15, 2024 6:07 am

The Ultimate Managed Hosting Platform
ADVERTISEMENT

ଜଳିଗଲା ଦୁଇଟି ଫାଷ୍ଟଫୁଡ୍ ଦୋକାନ

Facebook
Twitter
LinkedIn

ବାରିପଦା : ଜଳିଗଲା ଦୁଇ ଦୋକାନ । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ମଧୁବନଠାରେ ଭୋରରୁ ପ୍ରାୟ ସାଢେ ୩ଟା ସମୟରେ ଦୁଇଟି ଫାଷ୍ଟଫୁଡ୍ ଦୋକାନ ପୋଡି ପାଉଁଶ ହୋଇଯାଇଛି । ତେବେ ସକାଳେ ଲୋକେ ମର୍ଣ୍ଣିଂଓ୍ବାକ୍ କରିବାକୁ ବାହାରିଥିବା ବେଳେ ଦୋକାନ ଦୁଇଟି ଜଳୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଫାଷ୍ଟଫୁଡ୍ ଦୋକାନରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟିବା ଯୋଗୁଁ କେହି ଡରରେ ଦୋକାନ ପାଖକୁ ଯିବାକୁ ସାହସ କରି ପାରିନଥିଲେ ।

ଦମକଳ ବହୁ କଷ୍ଟରେ ନିଆଁ ଲିଭାଇଥିଲା ହେଲେ ସେତେବେଳକୁ ସବୁକିଛି ପୋଡି ଯାଇଥିଲା । ପୋଡି ଯାଇଥିବା ଦୁଇ ଦୋକାନର ମାଲିକ ଗୋପାଲ ତରେଇ ଓ ବିନୋଦ ସାହୁଙ୍କ ମଧ୍ୟରେ ବହୁଦିନରୁ ଶତ୍ରୁତା ଲାଗି ରହିଥିଲା । ତେବେ ସେହି ପୂର୍ବ ଶତ୍ରୁତା କାରଣରୁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଏଯାଏଁ ଅଗ୍ନିକାଣ୍ଡର ସତ୍ୟାସତ୍ୟ କାରଣ ସ୍ପଷ୍ଟ ହୋଇନାହିଁ ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ମୁମ୍ବାଇ: ସୋମବାର ଶେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବାମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ଶେୟାର ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ତଥ୍ୟ...

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ନୁଡୁଲ୍ସ ଖାଇବା ପରେ ଚାଲିଗଲା ବାଳକର ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ...

ADVERTISEMENT
୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ

ଭୁବନେଶ୍ବର : ଓଡ଼ିଶାରେ ଚାଲିଛି ପ୍ରଥମ ପର୍ୟ୍ୟାୟ ମତଦାନ। ତେବେ ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ । କଳାହାଣ୍ଡି ନର୍ଲାର ଏକ...

Login