ତେଲକୋଇ : ଜଳ ପ୍ରପାତରେ ୨ ସାଙ୍ଗଙ୍କ ଆଗରେ ଭାସିଗଲେ ଯୁବକ । ସୀମାନ୍ତ ଅନୁଗୁଳ ଜିଲ୍ଲା ପାଲଲହଡା ଗର୍ଜନଖୋଳ ଜଳପ୍ରପାତରେ ଭାସିଗଲେ । ୨ ସାଙ୍ଗ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯୁବକ ନିଖୋଜ । ବାଂଶପାଳ ଦମକଳ ବାହିନୀ ପକ୍ଷରୁ ଖାଜାଖୋଜି ଜାରି ।
ସୂଚନା ଅନୁଯାୟୀ, ଗତ ୨୯ ତାରିଖରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ବାଲରାଇ ଗାଁରୁ ୨ଜଣ ଓ ଗୋପପୁର ଗାଁର ଜଣେ ସାଙ୍ଗ ଏକାଠି ହୋଇ ନଗୀରା ଗର୍ଜନ ଖଲ ଜଳପ୍ରପାତ ବୁଲିବାକୁ ଯାଇ ସେଠାରେ ଗାଧୋଇଥିଲେ । ଏହି ସମୟରେ ବାଲରାଇ ଗାଁର ଲିପୁନ୍ କୁମାର ବେହେରା ସେଠାରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଖବର ପାଇ ବାଂଶପାଳର ଦମକଳ ବାହିନୀ ସେଠାରେ ପହଞ୍ଚି ଖୋଜାଖୋଜି ଜାରି ରଖିଥିବା ବେଳେ, ସନ୍ଧ୍ୟା ହୋଇ ଯିବାରୁ ଖୋଜିବା କାର୍ୟ୍ୟ ବନ୍ଦ ରଖାଯାଇଛି । ଆଜି ସକାଳୁ ପୁନର୍ବାର ଖୋଜିବା କାର୍ୟ୍ୟ ଆରମ୍ଭ କରାଯାଇଥିଲେ ହେଁ ଲିପୁନଙ୍କ ସନ୍ଧାନ ମିଳି ନଥିବା କହିଛନ୍ତି ଦମକଳ ବାହିନୀ । ଏହି ଜଳପ୍ରପାତ ବହୁ ଗଭୀର ଥିବାରୁ ଖୋଜିବା କାର୍ୟ୍ୟ ବାଧାପ୍ରାପ୍ତ ହେଉଥିବା ସୂଚନା ମିଳିଛି ।
ଜଳପ୍ରପାତରେ ଭାସିଗଲେ ଯୁବକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











