The Ultimate Managed Hosting Platform
ADVERTISEMENT

ଜମ୍ମୁ କାଶ୍ମୀର କାଠୁଆରେ ଏନକାଉଣ୍ଟର, ୩ ପୋଲିସ ସହିଦ

Facebook
Twitter
LinkedIn

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀର କାଠୁଆରେ ସର୍ଚ୍ଚ ଅପରେସନ ଜୋରଦାର । ଏନାକାଉଣ୍ଟର ପରେ ସର୍ଚ୍ଚ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଦୁଇଟି ପୃଥକ ପୃଥକ ଏନାକଉଣ୍ଟରରେ ୩ ଜଣ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ଆଉ ୫ ଜଣ ଆହତ ହୋଇଛନ୍ତି । ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ସୂଚନା ଅନୁସାରେ, କାଠୁଆ ଜିଲ୍ଲାର ଜୁଠାନା ଜଙ୍ଗଲରେ ୫ ଜଣ ଆତଙ୍କବାଦୀ ଲୁଚିଥିବା ନେଇ ଗୁଇନ୍ଦା ପକ୍ଷରୁ ଖବର ମିଳିଥିଲା । ଏହା ପରେ ସୁରକ୍ଷାବାହିନୀ ଓ ପୋଲିସର ମିଳିତ ଟିମ୍ ସେଠାକୁ ଯାଇ ତଲାସୀ ଆରମ୍ଭ କରିଥିଲା । ସ୍ପେଶାଲ ଅପରେସନ ଗ୍ରୁପ, ସେନା, ବିଏସଏଫ ଓ ସିଆରପିଏଫ ଯବାନଙ୍କ ମିଳିତରେ ଉକ୍ତ ସ୍ଥାନକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥେଲା ।ଜଖୋଲ୍ ଗାଁ ନିକଟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । କାଠୁଆ ଜଙ୍ଗଲରେ ୫ ଜଣ ଆତଙ୍କବାଦୀ ଲୁଚିଥିବା ସୂଚନା ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ମିଳିତ ସୁରକ୍ଷା ବାହିନୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login