ବରଗଡ : ଜମୁଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ମଥୁରା ନଗରୀରେ ଆରମ୍ଭ ହେଲା କଂସର ରାଜୁତି । ଉଦଘାଟିତ ହୋଇଛି ୭୭ ତମ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ବରଗଡ଼ ସହର ପାଲଟିଛି ଦ୍ବାପର ଯୁଗର ମଥୁରା ନଗରୀ । ଅମ୍ବାପାଲି ପାଲଟିଛି ଗୋପପୁର । ଆଉ ଜୀରା ନଦୀ ଏବେ ଯମୁନା । ୧୧ ଦିନ ଧରି ବିଶ୍ବର ସର୍ବବୃହତ ମୁକ୍ତାକାଶ ରଂଗ ମଞ୍ଚରେ କୃଷ୍ଣଲୀଳା ପରିବେଷଣ ହେଉଛି । ଉଦଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ ଦେବକୀ – ବସୁଦେବଙ୍କ ବିବାହ ସମ୍ପନ୍ନ ହୋଇଥିଲା । ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଛନ୍ତି ମହା ପ୍ରତାପୀ କଂସାସୁର । ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ହେବ କଂସର ମୃତ୍ୟୁର କାରଣ । ଦୈବବାଣୀ ହେବା ପରେ କଂସ ବିବ୍ରତ ହୋଇପଡିଛି । ଦେବକୀ – ବସୁଦେବଙ୍କୁ ବନ୍ଦୀ କରି କାରାଗାର ପ୍ରେରଣ କରିଛି । ଆଜି ଧନୁଯାତ୍ରାର ଦ୍ବିତୀୟ ଦିବସରେ ମଥୁରା ବାସୀ ମନୋରଞ୍ଜନ ପାଇଁ ଉଦଘାଟନ ହେବ ରଂଗମହଲ । ଦେବକୀ ଙ୍କ ଅଷ୍ଠମ ଗର୍ଭ ରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ କଂସଙ୍କ ଉପରେ ବସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା ।
ଜମୁଛି ବରଗଡ ଧନୁଯାତ୍ରା, ପ୍ରଥମ ଦିନରେ ଉଗ୍ରସେନ ଗାଦିଚ୍ୟୁତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...