The Ultimate Managed Hosting Platform
ADVERTISEMENT

ଜବ୍ କାର୍ଡ ମେଳାରେ ଅଟକ ହେଲେ ଜି.ଆର.ଏସ୍ ।

Facebook
Twitter
LinkedIn

ଜବକାର୍ଡ ମେଳାରେ ଜିଆରଏସ କୁ ଘୋଷାରି ଘୋଷାରୀ ଅଟକ ରଖିଲେ ଉତ୍ୟକ୍ତ ଜବକାର୍ଡ ଧାରି।
ଯାହାପାଇଁ ଅଧାରୁ ଭାଙ୍ଗିଲା ଜବକାର୍ଡ ମେଳା । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା,ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତ ରେ।ସୂଚନା ମୁତାବକ ପଞ୍ଚାୟତର କାର‌୍ୟ୍ୟରତ ଜି.ଆର.ଏସ୍ ଗୋପାଳ ଚନ୍ଦ୍ର ଘୋଷ ଦୀର୍ଘ ବର୍ଷ ଧରି ସେହି ପଞ୍ଚାୟତ ରେ ରହି , ଲୋକଙ୍କୁ ଶୋଷଣ କରିବା ସହିତ ନିଜର ମନମାନି କରି ଆସୁଥିଲେ ।

ଯେପରିକି ଆବାସ ଯୋଜନାରେ ଘର ଯୋଗେଇ ଦେବେ ବୋଲି କହି ମୋଟା ଅଙ୍କର ଟଙ୍କା ଲାଞ୍ଚ ନେବା ସହ ଜବକାର୍ଡ ଧାରୀଙ୍କୁ କାମରେ ନିୟୋଜିତ କରିଥିଲେ ମଧ୍ୟ ସେମାନଙ୍କର ଆକାଉଣ୍ଡକୁ ଟଙ୍କା ପ୍ରଦାନ ନ କରି ଲାଞ୍ଚ ମାଗିବା, ଆକାଉଣ୍ଡକୁ ଟଙ୍କା ନ ପଠେଇ ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଭଣ୍ଡାଇବା ଭଳି ହୋଇଥିଲା ସାଂଘାତିକ ଅଭିଯୋଗ । ତେବେ ଆଜି ବ୍ଲକ ତରଫରୁ ଦକ୍ଷିଣ ପ୍ରହରାଜ ପୁର ପଂଚାୟତରେ ଜବକାର୍ଡ ମେଳା ଅନୁଷ୍ଠିତ ହୋଇଥିଲା । ସେଠାରେ ଜି.ଆେ.ଏସ୍ ଗୋପାଳ ଚନ୍ଦ୍ର ଘୋଷ ପଞ୍ଚାୟତ ଗୃହ ମଧ୍ୟରେ କିଛି ଜବକାର୍ଡ ଧାରୀଙ୍କୁ ନେଇ ବୈଠକ କରୁଥିବା ସମୟରେ , ନିଜର ପାରିଶ୍ରମିକ ପାଇ ନଥିବା ଜବକାର୍ଡ ଧାରୀ ମାନେ ଆଜି ପର‌୍ୟ୍ୟନ୍ତ କାହିଁକି ପାରିଶ୍ରମିକ ପାଇ ନାହାଁନ୍ତି ବୋଲି ପ୍ରଶ୍ନ କରିବା ସହିତ , ଜି.ଆର.ଏସ୍ ଶ୍ରୀ ଘୋଷଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ତେବେ ଦୀର୍ଘ ସମୟ ପରେ ରାଇବଣିଆ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ
ଲୋକଙ୍କୁ ବୁଝା ସୁଝା କରିବା ସହିତ
ଜି.ଆର.ଏସକୁ ଉଦ୍ଧାର କରିଛି। ରିପୋର୍ଟ ଅଜିତ୍ ସାହୁ ବାଲେଶ୍ୱର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login