ପୁରୀ : ଆଉ କିଛି ସମୟ ପରେ ଶ୍ରୀଜିଉଙ୍କ ଆଡପ ମଣ୍ଡପ ବିଜେ । ଅଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି । ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ ଶ୍ରୀଜିଉ । ତେଣୁ ପହଣ୍ଡି ପୂର୍ବ ପ୍ରସ୍ତୁତି ପାଇଁ ଚାର ବନ୍ଧା ତଥା ଅନ୍ୟାନ୍ୟ କାର୍ୟ୍ୟ ଅପରାହ୍ନରୁ ଆରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମହାପ୍ରଭୁଙ୍କ ଦେବନୀତି ଅନୁପାଳନରେ, ଶ୍ରୀମନ୍ଦିରର ସମସ୍ତ ନିଯୋଗର ସେବକ ଏବଂ ଭକ୍ତଙ୍କ ସହଯୋଗ କାମନା କରୁଅଛୁ ବୋଲି ମଧ୍ୟ କୁହାଯାଇଛି।ଶ୍ରୀଜିଉମାନେ ଗତକାଲି ଅପରାହ୍ଣ ସୁଦ୍ଧା ରଥାରୁଢ଼ ହୋଇ ଶରଧାବାଲିରେ ପହଞ୍ଚିଛନ୍ତି। ଶ୍ରଦ୍ଧାଳୁମାନେ ରଥାରୁଢ଼ ମହାପ୍ରଭୁମାନଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି। ସନ୍ଧ୍ୟା ସମୟରେ ରଥ ଉପରେ ମହାପ୍ରଭୁ ବିରାଜମାନ କରିଥିବା ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ଆନନ୍ଦ ପ୍ରଦାନ କରୁଛି।
Views: 6