The Ultimate Managed Hosting Platform
ADVERTISEMENT

ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

Facebook
Twitter
LinkedIn

ଦେବଗଡ : ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ । ଦେବଗଡ ଜିଲ୍ଲା ରିଆମାଳ ବନାଞ୍ଚଳ ପଳସମା ସେକ୍ସନ କୋହ୍ଲବସା ପଂଚାୟତ ଅନ୍ତର୍ଗତ ଚିରଗୁଣିକୁଦର ଗ୍ରାମ୍ୟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ନୂଆଁକଟା ଠାରେ ହାତୀର ମୃତଦେହଟି ଦେଖି ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ରିଆମାଳ ରେଞ୍ଜର ନୀରଞ୍ଜନ ଧରୁଆ ସାଥୀ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଜି ଦନ୍ତା ମୃତ୍ୟୁର ତଦନ୍ତ ଆରମ୍ଭ କରିଥିଲେ । ଦେବଗଡ ବନଖଣ୍ଡ ଅଧିକାରୀ ରଶ୍ମି ଜି, ସହକାରୀ ବନଖଣ୍ଡ ଅଧିକାରୀ ସ୍ଵାଧୀନତା ସାହାଣୀ ଘଟଣାସ୍ଥଳରେ ଡାକ୍ତରୀ ଟିମ ସହ ପହଞ୍ଚିଥିଲେ । ହାତୀ ମୃତ୍ୟୁର କାରଣ ଖୋଜିବାରେ ଲାଗିଛନ୍ତି ଡାକ୍ତରୀ ଟିମ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login