The Ultimate Managed Hosting Platform
ADVERTISEMENT

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ନିଖୋଜ ଯବାନଙ୍କ ମୃତଦେହ

Facebook
Twitter
LinkedIn

ଜଗତସିଂହପୁର: ମିଳିଲା ନିଖୋଜ ଯବାନଙ୍କ ମୃତଦେହ । ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧୀନ ସୋମପୁର ଗାଁର ଯବାନ ସୂର୍ୟ୍ୟକାନ୍ତ କୁଆଁର ଗତ ୧୭ ତାରିଖରୁ ନିଖୋଜ ଥିଲେ । ଦୁଇ ଦିନ ପୂର୍ବରୁ ଯବାନଙ୍କ ବାଇକ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ନିକଟ ପାହାଡ଼ ପାଖରୁ ବାଇକ ଜବତ ହୋଇଥିଲା । ଗତକାଲି ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ବହୁ ଖୋଜାଖୋଜି ପରେ ବି ଯବାନଙ୍କ କୌଣସି ପତ୍ତା ମିଳିନଥିଲା । ଆଜି ଯାଜପୁର ଏସପିଙ୍କନିର୍ଦ୍ଦେଶକ୍ରମେ ଏସଡିପିଓଙ୍କ ଅଧ୍ୟକ୍ଷତାରେ ପୋଲିସର ୩ଟି ଟିମ୍, ବନ ବିଭାଗ କର୍ମଚାରୀ ପାହାଡ଼ ଉପରକୁ ଚଢି ଖୋଜାଖୋଜି କରିଥିଲେ । ଶେଷରେ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଂଚିବା ପରେ ମୃତଦେହକୁ ଶବ ବ୍ୟବଛେଦ ପାଇଁ ପଠାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login