ଭୁବନେଶ୍ୱର : ଅର୍ଚ୍ଚନା ନାଗର ସ୍ୱାମୀ ଜଜ୍ଞବନ୍ଧୁର ଜାମିନ୍ ଆବେଦନର ଶୁଣାଣି । ଇଡି ମାମଲାରେ ହାଇକୋର୍ଟରେ ଜାମିନ୍ ଆବେଦନର ଶୁଣାଣି । ଜବାବ ଦାଖଲ ପାଇଁ ସମୟ ନେଲା ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ।
ଅନ୍ୟପଟ୍ ସେଣ୍ଟ୍ରାଲ ଫୋରେନସିକ୍ ଲାବ୍ ଯିବ ନାଗ-ଚାନ୍ଦ ଦମ୍ପତିଙ୍କ ମୋବାଇଲ୍ ଫୋନ୍ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ୩ଟି ମୋବାଇଲ୍ ଫୋନକୁ ଯାଞ୍ଚ ପାଇଁ କୋଲକାତା ସ୍ଥିତ ସିଏଫଏସଏଲ ପଠାଯିବ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସିବିଆଇ କୋର୍ଟ-୧ । ଭୁବନେଶ୍ୱର ଏସଏଫଏସଏଲରୁ ଏହି ଫୋନକୁ ଖଣ୍ଡଗିରି ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଦୟାନିଧି ନାୟକ ଆଣି ସ୍ଥିତ ସିଏଫଏସଏଲ ପଠାଇବେ । ଏସଡିଜେଏମଭୁବନେଶ୍ୱରଙ୍କ ମାଧ୍ୟମରେ କୋଲକତା ସ୍ଥିତ ସିଏଫଏସଏଲକୁ ପଠାଯିବ । ଏଥିରେ ହନିଟ୍ରାପ ଓ ବ୍ଲାକମେଲିଂ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ଅନୁମାନ କରାଯାଉଛି ।
Views: 86











