ଜଗତସିଂହପୁର : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଜଗତସିଂହପୁର ବ୍ଲକ କଂଗ୍ରେସ ପକ୍ଷରୁ ପୁନଙ୍ଗ ସ୍ଥିତ ସିଦ୍ଧ ବାରଙ୍ଗ ଜଗନ୍ନାଥ ମନ୍ଦିର ଓ ସିଦ୍ଧଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଭକ୍ତ ମାନଙ୍କ ସୁବିଧା ପାଇଁ ପୁରୀ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା, ରତ୍ନ ଭଣ୍ତାର ତୁରନ୍ତ ଖୋଲିବା,ଦେବାନ୍ତ କମ୍ପାନୀ ଦ୍ଵାରା ଅଧିଗ୍ରହଣ ହୋଇଥିବା ଜମିକୁ ତୁରନ୍ତ ଚାଷୀ ମାନଙ୍କୁ ତୁରନ୍ତ ଫେରସ୍ତ କରିବା ଆଦି ଦାବୀରେ ସଂକ୍ରୀତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଅଛି। ଜଗତସିଂହପୁର ବ୍ଲକ ସିଦ୍ଧଳ କନ୍ତାରେଶ୍ବର ମହାଦେବ ମନ୍ଦିର ଠାରୁ ପୂଜାର୍ଚ୍ଚନା କରି କଂଗ୍ରେସ ଦଳର କର୍ମୀମାନେ ବଳଦେବ ଜିୟୁ ଜଗନ୍ନାଥ ମନ୍ଦିର ପର୍ୟ୍ୟନ୍ତ ପଞ୍ଚାୟତ ପରିକ୍ରମା କରି ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ପଦଯାତ୍ରା କରିବା ସହ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚି ସେଠାରେ ନାମ ସଂକୀର୍ତ୍ତନ କରିଥିଲେ। ସେହିପରି ପୁନଙ୍ଗ ସିଦ୍ଧ ବାରଙ୍ଗ ଜଗନ୍ନାଥ ମନ୍ଦିର ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ନେତୃତ୍ବରେ ବ୍ଲକ କଂଗ୍ରେସ ସଭାପତି ଅଦୈତ ଜେନା, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, କଂଗ୍ରେସ ନେତା ନିରଞ୍ଜନ ସେନ ପ୍ରମୁଖ ପୁନଙ୍ଗ ଗ୍ରାମ ପରିକ୍ରମା କରିବା ସହ ଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ବଳନ କରିଥିଲେ।
ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ବ୍ଲକ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











