ଜଗତସିଂହପୁର : ଜଗତସିଂହପୁର ପୌରପରିଷଦ ଅଂଚଳରେ ଆମ ଓଡିଶା, ନବୀନ ଓଡିଶା ଅନ୍ତର୍ଗତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଅଛି।ଏହି ଜଗନ୍ନାଥ ରଥକୁ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଓ ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ ଜୟବଡ଼ ଜଗନ୍ନାଥ ମନ୍ଦିର ପରିସରରେ ପୂଜାର୍ଚନା ସହିତ ଦୁଇଟି ରଥର ଶୁଭ ଉଦଘାଟନ କରିଥିଲେ। ଜଗନ୍ନାଥ ସଂସ୍କୃତିର ପ୍ରଚାର, ସଂରକ୍ଷଣ ଏବଂ ସୁରକ୍ଷା ନିମନ୍ତେ ଓ ସମଗ୍ର ଓଡ଼ିଶାର ଜନସାଧାରଣଙ୍କୁ ଏହି ମହାନ ସଂସ୍କୃତି ସହ ଜଡିତ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚରେରେ ଏହି ଜୟ ଜଗନ୍ନାଥ ଅର୍ପଣ ରଥ କୀର୍ତ୍ତନ ମଣ୍ଡଳୀ ସହ ୨୧ ଟି ୱାର୍ଡ ପରିକ୍ରମା କରି ପ୍ରତ୍ୟେକ ଗୃହରୁ ଭକ୍ତମାନଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବ। ପ୍ରତ୍ୟେକ ୱାର୍ଡରେ ଏହି ସଂଗୃହିତ ଅରୁଆ ଚାଉଳ ଓ ଗୁଆ ଜୟବଡ଼ ଜଗନ୍ନାଥ ମନ୍ଦିରରେ ରଖାଯିବ ଏବଂ ସେଠାରେ ଭକ୍ତ ଓ କୀର୍ତ୍ତନ ମଣ୍ଡଳୀଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ଆଜିଠାରୁ ପୌରାଞ୍ଚଳରେ ଆରମ୍ଭ ହୋଇ ଆଗାମୀ ଜାନୁୟାରୀ ୧୫ ତାରିଖ ମଧ୍ୟରେ ଏହି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କାର୍ୟ୍ୟ ସମାପନ ହେବ।
ଜଗତସିଂହପୁର ମ୍ୟୁନିସିପାଲିଟିରେ ଜୟ ଜଗନ୍ନାଥ ‘ଅର୍ପଣ ରଥ’ ପରିକ୍ରମା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











