The Ultimate Managed Hosting Platform
ADVERTISEMENT

ଜଗତସିଂହପୁର ବନ୍ଦ ଦାବିରେ ସାମ୍ବାଦିକ ସମ୍ମିଳନୀ

Facebook
Twitter
LinkedIn

ଜଗତସିଂହପୁର : ଜଗତସିଂହପୁର ସଦର ମହକୁମାରେ ମେଡ଼ିକାଲ କଲେଜ ଖୋଲିବା ଦାବିରେ ଜିଲ୍ଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଡିସେମ୍ବର ମାସ ୭ ତାରିଖରେ ଜିଲ୍ଳା ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନର ଆବାହକ ଆଇନିଜୀବୀ ବାସୁଦେବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆସନ୍ତା ୭ତାରିଖରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ବୋଲି ପ୍ରକାଶ କରିଥିଲେ। ଜଗତସିଂହପୁର ସଦର ମହକୁମାରେ ମେଡ଼ିକାଲ କଲେଜ ଖୋଲିବା ଓ ୧୯୯୫ ମସିହାରୁ ପ୍ରତିଷ୍ଠା ହୋଇଥିବା ପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କଟକ ସ୍ଥାନାନ୍ତରିତ କରିବା ପ୍ରତିବାଦରେ ଜିଲ୍ଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଆନ୍ଦୋଳନ ଡ଼ାକରା ଦିଆଯିବା ସହ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଆସନ୍ତା ୭ତାରଖ ସକାଳ ୫ଟା ରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଜଗତସିଂହପୁର ସହରରେ ଏହି ବନ୍ଦ ପାଳନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି କାର୍ୟ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସଙ୍ଗଠନ, ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷ ମାନେ ସାମିଲ ହେବେ ବୋଲି ସୂଚନା ମିଳିଛି। ଏହି ଅବସରରେ ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ସେଭେନ ହିଲସ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହେମନ୍ତ ରଥ ଜଗତସିଂହପୁର ବନ୍ଦ ଡ଼ାକରା ସମ୍ପର୍କରେ ସୂଚନା ଦେଇଥିଲେ। ଯାଜପୁର ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନ କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚି ଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ମେଡ଼ିକାଲ କଲେଜ ସ୍ଥାପନ ହେବା ସରକାରୀ ଅନୁମୋଦନ ଦିଆଯାଇଥିଲେ ସୁଦ୍ଧା ୧୩ଲକ୍ଷ ରୁ ଉର୍ଦ୍ଧ୍ବ ଜନସଂଖ୍ୟା ଥିବା ଜଗତସିଂହପୁର ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ଜଗତସିଂହପୁର ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ଜିଲ୍ଲା କଂଗ୍ରେସ କମିଟିର ମୁଖପାତ୍ର ହେମନ୍ତ ରଥ, ବିଜେପି ମୁଖପାତ୍ର ଗଣେଷ ପ୍ରସାଦ ମହାନ୍ତି ଏବଂ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login