ଜଗତସିଂହପୁର (ଲୋକନାଥ ସାହୁ) : ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଇଦ।ଚଳିତ ବର୍ଷ ପୁରା ତିରିଶ ଦିନର ଉପବାସ ରଖି ପବିତ୍ର ରମଜାନ ମାସ ସମ୍ପୂର୍ଣ୍ଣ ହୋଇଛି।ପ୍ରତିବର୍ଷ ଭଳି ଚଳିତ ବର୍ଷ ରମଜାନରେ କାଷ୍ଠା ଉପବାସ ରଖିଥିଲେ ମୁସଲମାନ ସଂପ୍ରଦାୟର ଲୋକ।ସକାଳ ୭ ଟାରୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମସଜିଦ ରେ ସମୂହ ନମାଜ ପାଠ କରାଯାଇଥିଲା।ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରକର ଶୁଭେଚ୍ଛା ଜଣାଇଥିଲେ।ଏହି ପର୍ବ ପାଳନ ପାଇଁ ଘରେ ଘରେ ଆନନ୍ଦ ଓ ଉତ୍ସାହର ମାହୋଲ।ଭଳିକି ଭଳି ସୁସ୍ୱାଦୁ ଓ ସୁମିଷ୍ଟ ଖାଦ୍ୟ ସାଙ୍ଗକୁ ପରିବାରର ପ୍ରତ୍ୟେକ ସଦସ୍ୟ ନୂଆ ପୋଷାକ ପିନ୍ଧି ଇଦ ପର୍ବ ପାଳନ କରୁଛନ୍ତି।ଭାଇଚାରା ଓ ସ୍ନେହ ଶ୍ରଦ୍ଧାର ପ୍ରତୀକ ଏହି ପର୍ବକୁ ବେଶ୍ ଆନନ୍ଦ ଉଲାସର୍ ସହିତ ପାଳନ କରୁଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକେ।ଏହି ପର୍ବରେ ହିନ୍ଦୁ ମୁସଲିମ ଏକାଠି ହୋଇ ପରସ୍ପରକୁ ଇଦ ମୁବାରକ୍ ଜଣାଇବା ସହିତ ଭାଇଚାରାର ଏହି ପର୍ବକୁ ଉତ୍ସାହର ସହିତ ପାଳନ କରିଥାନ୍ତି।ଚଳିତ ବର୍ଷ ୩୦ ଟି ରୋଜା ତଥା ଉପବାସ ରଖି ଆନନ୍ଦ ଉଲ୍ଲାସର ସହିତ ରୋଜାରେ ହିଁ ରମଜାନ ମାସକୁ ବିଦାୟ ଦିଆଯାଇଛି।ମୁସଲମାନ ସଂପ୍ରଦାୟର ବଡ଼ ପର୍ବ ହେଉଛି ଇଦୁଲଫିତର ।ଏହି ପର୍ବରେ ମୁସଲମାନ ପରିବାର ଲୋକ ମାନେ ନିଜର ବନ୍ଧୁ ବାନ୍ଧବଙ୍କ ଘରକୁ ମିଠା ଓ ଉପହାର ନେଇ ଇଦ ମୁବାରକ ଜଣାଇ ଥାନ୍ତି।ଏହି ପର୍ବରେ ସମସ୍ତ ମୁସଲିମ ପରିବାର ଲୋକେ ଏକାଠି ହୋଇ ବେଶ୍ ଧୁମ୍ ଧାମରେ ଏହି ପର୍ବକୁ ପାଳନ କରିଥାନ୍ତି।ମୁସଲମାନ ମାନଙ୍କ ଏହି ପର୍ବରେ ହିନ୍ଦୁ ମୁସଲମାନ ଏକତ୍ରିତ ହୋଇ ଭାଇଚାରାର ଏହି ପବିତ୍ର ପର୍ବକୁ ପାଳନ କରିଥାନ୍ତି।
ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମସଜିଦରେ ପବିତ୍ର ଇଦ୍ ପର୍ବ ପାଳନ ପାଇଁ ସମୂହ ନମାଜ ପାଠ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











