ଜଗତସିଂହପୁର : ଜଗତସିଂହପୁରର ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଦ୍ବିତୀୟ ଅଭିଯୁକ୍ତ ଗିରଫ । ଜତସିଂହପୁର ପୋଲିସର ସାଇବର ଟିମ୍ ବିରିଡ଼ି ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା କାର୍ତ୍ତିକ ମାଝି । ପ୍ରଥମ ଅଭିଯୁକ୍ତକୁ ନିଆଳି ଅଞ୍ଚଳରୁ ଗିରଫ କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ଦ୍ଵିତୀୟ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ । ଜଗତସିଂହପୁର ଜିଲ୍ଲା ସଦର ଥାନା ଚାନ୍ଦଗଡ଼ ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ଏନେଇ ଯୁବତୀଙ୍କ ବାପା ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତ ସୋମବାର ରାତିରେ ଘଟିଥିଲା ଘଟଣା ।
Views: 20