The Ultimate Managed Hosting Platform
ADVERTISEMENT

ଜଗତପୁରରେ ନକଲି ଚାପତି କାରଖାନା ଠାବ

Facebook
Twitter
LinkedIn

ଚୈାଦ୍ୱାର : ଜବରଦଖଲ ଉଚ୍ଛେଦ ବେଳେ ନକଲି ଚା ପତି କାରଖାନା ଠାବ ହୋଇଛି । ଜଗତପୁର ଲକ୍ଷ୍ମଣପୁରରୁ ନକଲି ଚା ପତି କାରଖାନା ଠାବ କଲା ସିଏମସି । ବିପୁଳ ଚା ପତି ସହ ଯନ୍ତ୍ରାଂଶ ଓ ଦାମୀ ବ୍ରାଣ୍ଡର ଷ୍ଟିକର , ଲେବଲ ଜବତ ହୋଇଛି । ସୂଚନା ଅନୁସାରେ, ଦୀର୍ଘ ଦିନଧରି ଜଗତପୁର ଲକ୍ଷ୍ମଣପୁର କେନାଲ ବନ୍ଧରେ ଠାରେ ଥିବା ଏକ ନିର୍ଜନ ସ୍ଥାନରେ ଗୋଟିଏ ଛୋଟ ଘରେ ଟାଟା କମ୍ପାନୀ ନାମରେ ନକଲି ପ୍ୟାକିଙ୍ଗ ହେଉଥିଲା । ସେପଟେ ଆଜି ଜଗତପୁର ୪୮ ନମ୍ବର ଓ୍ବାର୍ଡ ରେ ସି ଏମ ସି ଏନ୍ ଫୋର୍ସ ମେଣ୍ଟ ଟିମ୍ ଦ୍ବାରା ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଉକ୍ତ ଘର ଟିକୁ ମଧ୍ୟ ଭଙ୍ଗା ଯାଇଥିଲା । ଘର ଭାଙ୍ଗିବା ସମୟରେ ଦେଖିବାକୁ ମିଳିଲା ଯେ ଗୁଡ଼ାଏ ଟାଟା କମ୍ପାନୀର ଛୋଟ ଛୋଟ ପ୍ୟାକେଟ ସହିତ, ତିନୋଟି ଅଲଗା ଅଲଗା କମ୍ପାନୀ ର ଚା ପତି , ଗୋଟିଏ ମିକ୍ସ ଓ ପ୍ୟାକିଙ୍ଗ ମେସିନ , ଗୋଟିଏ ସିଲାଇ ମେସିନ, ଅନେକ ଗୁଡ଼ିଏ ବ୍ୟାଣ୍ଡ ର ପ୍ୟକେଜିଂ ଜରି ସହିତ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଦେଖିବାକୁ ମିଳିଥିଲା ଏବେ ନିଜ ହେପାଜତକୁ ନେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

ADVERTISEMENT
ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ...

Login