ବସ୍ତା : ଛେଳି ଚୋର କୁ ନିର୍ଦ୍ଧୁମ ଛେଚି ବେକରେ ଜୋତାମାଳ ପିନ୍ଧାଇ ଗାଁ ଦାଣ୍ତରେ ବୁଲାଇଲେ ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ସାନଖୁଡି ଗ୍ରାମର କରୁଣାକର ଦାସ ସେହି ଗ୍ରାମର ବଂଶୀଧର ଦାସ ଙ୍କ ଘରୁ ଗତକାଲି ଅପରାହ୍ନ ରେ ଏକ ଛେଳି ଚୋରି କରିଥିଲେ । କୌଣସି ସୂତ୍ରରୁ ଖବର ପାଇ ବଂଶୀଧର ଏବଂ ତାଙ୍କ ପୁଅ ବାପି କରୁଣାକରଙ୍କୁ କାବୁ କରି ଗାଁ ଲୋକଙ୍କୁ ଡକାଇ ଏକ ବୈଠକ କରିଥିଲେ, ତେବେ କରୁଣାକର ଛେଳି ଚୋରି କରିଥିବା ସାବ୍ୟସ୍ତ ହେବା ପରେ ଗ୍ରାମର ଉତ୍ୟକ୍ତ ମହିଳା ଓ ପୁରୁଷ ଏକଜୁଟ ହୋଇ କରୁଣାକର ଙ୍କୁ ନିର୍ଦ୍ଧୁମ ଛେଚିବା ସହ ବେକରେ ଜୋତା ମାଳ ପକାଇ ଗାଁ ଦାଣ୍ତରେ ବୁଲାଇବା ସହ ବସ୍ତା ଥାନାକୁ ନେଇଥିଲେ ।ଅଭିଯୋଗକୁ ଭିତ୍ତି କରି ବସ୍ତା ପୋଲିସ ଘଟଣା ର ତଦନ୍ତ କରୁଥିବା ଜଣା ପଡିଛି , ତେବେ ଏନେଇ ପୋଲିସ କିମ୍ବା ଗ୍ରାମବାସୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
Views: 86