ଆଠମଲ୍ଲିକ: ଏପରି ଅଘଟଣ ଘଟିଛି ଆଠମଲ୍ଲିକ ଥାନା ନୂଆମାଣତି ଗାଁରେ । ଛାତ ଉପରେ ଯାଇଥିଲା ୧୧ କେଭି ତାର । ଅସାବଧାନତାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ । ସୂଚନା ଅନୁଯାୟୀ, ନୂଆମାଣତି ଗାଁର ସର୍ବେଶ୍ୱର ଧଳଙ୍କ ଘରକୁ କୃଷ୍ଣଚନ୍ଦ୍ର ସାହୁ ଓ ତାଙ୍କର କିଛି ସାଥି ଛାତ ପକାଇବା ପାଇଁ ଯାଇଥିଲେ । କୃଷ୍ଣଚନ୍ଦ୍ର ସାହୁ ଘର ଛାତ ଉପରେ ଲୁହା ଛଡ଼ ବାନ୍ଧୁଥିଲେ । ଛାତ ଉପରେ ଲୁହା ଛଡ଼ ବାନ୍ଧୁଥିବା ବେଳେ ଅସାବଧାନତାରୁ ୧୧ କେଭି ତାର ସଂସ୍ସର୍ଶରେ ଆସିଯାଇଥିଲେ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ବାତାବରଣ ସୃଷ୍ଟି ହୋଇଛି । ଛାତ ଉପରେ ୧୧ କେଭି ବିଦ୍ୟୁତ ଯାଇଥିବା ବେଳେ ସର୍ବେଶ୍ୱର କିପରି ଶ୍ରମିକଙ୍କୁ ନେଇ କାମ କରୁଥିଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ପୋଲିସ ତୁରନ୍ତ ଆକ୍ସନ ନେବାକୁ ଦାବି ମଧ୍ୟ ହୋଇଛି ।
Views: 258