The Ultimate Managed Hosting Platform
ADVERTISEMENT

ଛାତ୍ରାବାସରେ ପଡି ଛାତ୍ରୀ ମୃତ

Facebook
Twitter
LinkedIn

ତେଲକୋଇ : ସ୍କୁଲ ହଷ୍ଟେଲ ଛାତ୍ରୀ ନିବାସରେ ପଡି ତୃତୀୟ ଶ୍ରେଣୀର ଛାତ୍ରୀ ମୃତ । ଭୀମକାଣ୍ଡ ନୋଡାଲ ୟୁପି ସ୍କୁଲ ଛାତ୍ରୀ ନିବାସରେ ଅଘଟଣ ଘଟିଛି । ଗାଧୁଆଘରେ ପଡିଯିବା ପରେ ମୃତ ଘୋଷଣା କଲେ ଡାକ୍ତର ।
ସୂଚନା ଅନୁଯାୟୀ, କେନ୍ଦୁଝରଜିଲ୍ଲା ତେଲକୋଇ ଥାନା ଭୀମାକାଣ୍ଡ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ତେଲକୋଇ ଥାନା କୁଲାଡେରା ଗ୍ରାମର ଗଣେଶ୍ୱର ନାଏକଙ୍କ ଝିଅ ତେଜସ୍ବିନୀ ନାୟକ ଛାତ୍ରୀ ନିବାସରେ ରହି ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ। ଆଜି ସକାଳେ ପାଇଖାନା ଘରେ ପଡ଼ି ମୃତ୍ୟୁ ହୋଇଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। ତେବେ ପରିବାର ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ଵହୀନତା ପାଇଁ ତାଙ୍କ ଝିଅର ମୃତ୍ୟୁ ଘଟିଛି ବୋଲି ମୃତା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login