ରାଉରକେଲା :ନାବାଳକ ଛାତ୍ରକୁ ପଥରରେ ଛେଚି ହତ୍ୟା । ଟାଙ୍ଗରପାଲି ଥାନା ହେକେଟ ରୋଡ କଚରାପୁଲିଆରେ ମୃତଦେହ ଠାବ । ମୃତ ଛାତ୍ର ଜଣଙ୍କ ଏକ ଇଂଲିଶ ମିଡିୟମ ସ୍କୁଲରେ ପଢୁଥିଲେ । ମୃତ ଛାତ୍ର ଜଣକ ବାଲୁଘାଟର ରୁଦ୍ର ପାଢୀ। ଆଜି ସକାଳେ ନାବାଳକଙ୍କ ମୃତଦେହ କଚଡ଼ା ପୁଲିଆ ନିକଟରେ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ଅଭିଯୋଗ ଅନୁଯାୟୀ, ଗଣେଶ ଭସାଣୀ ଦିନ ରୁଦ୍ରଙ୍କୁ ତାଙ୍କର ୩ ଜଣ ସହପାଠୀ ଟଙ୍କା ମାଗିଥିଲେ। ତେବେ ରୁଦ୍ର ଟଙ୍କା ନଦେବାରୁ ଉତ୍ୟକ୍ତ ହୋଇ ତିନି ସାଙ୍ଗ ମିଶି ପଥରରେ ଛେଚି ହତ୍ୟା କରିଥିଲେ। ଘଟଣାରେ ପୋଲିସ ରୁଦ୍ରଙ୍କ ୩ ଜଣ ସହପାଠୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
Views: 104











