The Ultimate Managed Hosting Platform
ADVERTISEMENT

ଛତିଶଗଡ଼ରେ ଏନକାଉଣ୍ଟର୍, ମାଓବାଦୀ ନିହତ

Facebook
Twitter
LinkedIn

କାଙ୍କେର୍ : ଆଜି ଛତିଶଗଡ଼ର କାଙ୍କେର୍ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ନିରାପତ୍ତା ବଳଙ୍କ ସହିତ ଗୁଳି ବିନିମୟ କରି ଜଣେ ମହିଳା ମାଓବାଦୀ ନିହତ ହୋଇଥିବା କଥା ଆଜି ପୁଲିସ କହିଛି।
ବସ୍ତର ରେଞ୍ଜ୍ ପୁଲିସ ଇନସପେକ୍ଟର୍ ସୁନ୍ଦରରାଜ ପି. କହିଛନ୍ତି, ନିରାପତ୍ତା ବଳ ମାଓବାଦୀ ନିରୋଧୀ ଅଭିଯାନରେ ବାହାରିଥିବା ବେଳେ ଛୋଟେବେଥିୟା ଥାନା ଅନ୍ତର୍ଗତ ବିନାଗୁଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଆଜି ସକାଳ ପ୍ରାୟ ୭ଟା ବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।
ରାଜନନ୍ଦଗାଓଁ-କାଙ୍କେର୍ ଡିଭିଜନର (ଆରକେବି) ନକ୍ସଲ୍ ନେତା ଓ ୨୦ରୁ ୨୫ଜଣ ସଶସ୍ତ୍ର କ୍ୟାଡରଙ୍କ ଉପସ୍ଥିତି ସଂକ୍ରାନ୍ତରେ ମିଳିଥିବା ତଥ୍ୟକୁ ଆଧାର କରି ରବିବାର ଦିନ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ‘ଡିଷ୍ଟ୍ରିକ୍ଟ୍ ରିଜର୍ଭ ଗାର୍ଡ’ (ଡିଆର୍ଜି) ଏବଂ ‘ବର୍ଡର୍ ସିକ୍ୟୁରିଟି ଫୋର୍ସ’ (ବିଏସଏଫ୍)ର ୧୩୨ ବାଟାଲିୟାନର ଯବାନମାନେ ସାମିଲ ହୋଇଥିଲେ ବୋଲି ପୁଲିସ ଇନସ୍ପେକ୍ଟର୍ ସୁନ୍ଦରରାଜ ପି. କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login