The Ultimate Managed Hosting Platform
ADVERTISEMENT

ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ବେଳେ, ମାଡିବସିଲା ପୋଲିସ

Facebook
Twitter
LinkedIn

ଲମତାପୁଟ :ବିପୁଳ ପରିମାଣର ଗଞ୍ଜେଇ ଜବତ । ଲମତାପୁଟ ଓ ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ମାହାଡା ଗାଁରୁ ଛତିଶଗଡ଼କୁ ଗଞ୍ଜେଇ ଚୋରାଚାଲାଣ ବେଳେ ୪ ଜଣଙ୍କୁ ମାଡ଼ିବସିଲା ପୋଲିସ । ସୂଚନା ଅନୁଯାୟୀ, ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ପାଟ୍ରୋଲିଂକୁ ଜୋରଦାର କରିଛି। ପୋଲିସ ଦେଉଳପଡା ଗାଁ ନିକଟରେ ଚେକିଂ କରୁଥିବା ସମୟରେ ଗୋଟିଏ କାର ଦୃତ ଗତିରେ ଆସୁଥିବାକୁ ପୋଲିସ ଅଟକାଇଥିଲା । ଯାଞ୍ଚ କରିବାରୁ କାର୍ ଭିତରୁ ୩ ବସ୍ତା ଗଞ୍ଜେଇ ଜବତ ହୋଇଥିଲେ । ଏହାସହିତ ୪ଜଣ ମାଫିଆଙ୍କୁ କାବୁ କରିଥିଲା ପୋଲିସ । ସେହିପରି ପଛ ପଟେ ଆସୁଥିବା ଏକ କାର୍ ପୋଲିସକୁ ଦେଖି ଫେରାର ମାରିଥିଲେ ୨ ମାଫିଆ । ଘଟଣାସ୍ଥଳରେ କାର୍ ଛାଡି ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ ମାଫିଆ । ପୋଲିସ ସେହି କାର୍‌କୁ ଯାଞ୍ଚ କରିବା ପରେ ସେଥିରୁ ମଧ୍ୟ ଗୋଟିଏ ବସ୍ତ ଗଞ୍ଜେଇ ଜବତ ହୋଇଛି ।ଗିରଫ ଯୁବକମାନଙ୍କ ପରିଚୟ ପୋଲିସର ହସ୍ତଗତ ହୋଇଛି ।ଏହା ସହ ୨ଟି କାର୍‌ରୁ ମୋଟ ଏକ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ହେବ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login