ମାଲକାନଗିରି : ଛତିଶଗଡରେ ଆଇଇଡି ବିସ୍ଫୋରଣରେ ୮ ଯବାନ ସହିଦ । ନକ୍ସଲ ହମଲା ପରେ ସର୍ଚ୍ଚ ଅପରେସନ ଜୋରଦାର ହୋଇଛି । ଆଣ୍ଟି ନକ୍ସଲ ଅପରେସନ ସାରି ଫେରୁଥିବା ବେଳେ ଜିଆରଜି ଯବାନ ଙ୍କ ଗାଡିକୁ ଆଇଇଡି ବ୍ଲାଷ୍ଟ କରି ଉଡାଇ ଦେଇଥିଲେ ମାଓବାଦୀ । ବିସ୍ଫୋରଣରେ ୮ ଜଣ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ସହିଦ ଓ ଜଣେ ଡ୍ରାଇଭର ନିହତ ହୋଇଥିଲେ । ବିସ୍ପୋରଣ ତୀବ୍ରତା ଏତେ ଅଧିକ ଥିଲା ଯେ ଘଟଣାସ୍ଥଳରେ ବିଶାଳ ଗାତ ସୃଷ୍ଟି ହେବା ସହ ଗାଡ଼ିଟି ପ୍ରାୟ ୫୦ ଫୁଟ ଉଠିଯାଇ ଥିଲା । ଗାଡ଼ିଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦାନ୍ତେୱାଡା, ନାରାୟଣପୁର, ଓ ବିଜାପୁରର ଡିଆରଜି ଯବାନ ଆଣ୍ଟି ନକ୍ସଲ ଅପରେସନ ସାରି ଫେରୁଥିବା ବେଳେ ବେଡରେ- କୁଟ୍ରୁ ଜଙ୍ଗଲରେ ନକ୍ସଲ ଟାର୍ଗେଟ କରି ଆଇଇଡି ବ୍ଲାଷ୍ଟ କରିଥିଲେ ମାଓବାଦୀ ।
Views: 43