ସୋର : ଚୋରି ପରେ ଗ୍ରୋସରୀ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ । ବାଲେଶ୍ୱର ସୋର ସିଙ୍ଗାଖୁଣ୍ଟା ବଜାରରେ ଘଟିଛି ଘଟଣା । ନିଆଁଲାଗି ଜଳିଗଲା ୫୦ ଲକ୍ଷ ଟଙ୍କାର ସାମଗ୍ରୀ । ଗୁଜଡ଼ିହା ଗାଁର ଉପେନ୍ଦ୍ର ଦୀକ୍ଷିତ ଦୀର୍ଘଦିନ ଧରି ଏହି ବଜାରରେ ଏକ ବଡ ଗ୍ରୋସରୀ ଦୋକାନ କରିଥିଲେ । ବିଳମ୍ବିତ ରାତିରେ ଚୋର ମାନେ ଦୋକାନରେ ପଶି ଚୋରି କରିବାକୁ ଉଦ୍ୟମ କରି ଦୋକାନର ସଟରକୁ ଗ୍ୟାସ କଟରରେ କାଟିଥିଲେ । ଏହି ସମୟରେ ଦୋକାନରୁ ଚୋରି କରିବା ସହିତ ନିଆଁ ଲଗାଇଦେଇଥିଲେ । ସ୍ଥାନୀୟ ଲୋକେ ଜାଣିପାରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ଗୋଟିଏ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ସେତେବେଳକୁ ଦୋକାନଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା । ପ୍ରକାଶ ଥାଉକି ଗତ ୫ଦିନ ତଳେ ଉପେନ୍ଦ୍ର ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ ୨ ଟି ବାଇକରେ ୪ ଜଣ ଯୁବକ ତାଙ୍କୁ ମାରଣାସ୍ତ୍ର ଦେଖାଇ ୫ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ନେଇଯାଇଥିବା ନେଇ ଥନାରେ ଅଭିଯୋଗ ହୋଇଥିଲା । ଏହି ରାଗରେ ଦୁର୍ବୃତ୍ତ ମାନେ ତାଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିବା ଉପେନ୍ଦ୍ର ସନ୍ଦେହ କରୁଛନ୍ତି ।
ଚୋରୀ ପରେ ଦୋକାନରେ ଲଗାଇଦେଲେ ନିଆଁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











