ଯାଜପୁର : ଚୋରି ଉଦ୍ୟମ କରିବା ପଡିଲା ମହଙ୍ଗା । ଚୋରି କରିବା ବେଳେ ଛାତରୁ ଖସିପଡି ଯୁବକ ମୃତ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ମହାଖଳା ଗାଁରେ । ମୃତ ଯୁବକ ହେଲେ ଖଟୁଆପଡା ଗାଁର ଖଗେଶ୍ୱର ଦେହୁରୀ । ଗତକାଲି ରାତିରେ ଚୋରି କରିବାକୁ ଯାଇଥିବା ବେଳେ ଛାତରୁ ଖସିପଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ସକାଳୁ ଯୁବକଙ୍କ ମୃତଦେହ ଗାଁର ଜିଆରଏସ ଭାବେ କାର୍ୟ୍ୟ କରୁଥିବା ବିଚିତ୍ର ମହାପାତ୍ରଙ୍କ ଘର ଚଉଁରା ନିକଟରୁ ମିଳିଥିଲା । ତେବେ ଖଗେଶ୍ୱରଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
Views: 74