ଜଗତସିଂହପୁର : ଚୋରି କରିବାକୁ ଆସି ଅଟକ ରହିଲେ ଦୁଇ ଯୁବକ । ଜଗତସିଂହପୁର ସଦର ଥାନା ଅଧିନସ୍ତ ପଲ୍ଲୀ ପଞ୍ଚାୟତର ପଦ୍ମପୁରରେ ଘଟଣାଟି ଘଟିଛି । ଏହି ଗ୍ରାମର ଦୁଇ ଅଟୋ ଚାଳକ ଅଭିନାଶ ସାହୁ ଓ ରମାକାନ୍ତ ସାହୁ ନିଜର ଦୁଇଟି ଅଟୋକୁ ଘର ସମ୍ମୁଖରେ ରଖିଥିବା ସମୟରେ ବିଳମ୍ବିତ ରାତିରେ ଚାରି ଦୁର୍ବୁତ୍ତ ସେହି ଅଟୋ ଗାଡିର ପାର୍ଟ୍ସ ଚୋରି କରିବା ସହିତ ଗାଡିର ପାଲାକୁ କାଟି ନଷ୍ଟ କରିଦେଇ ଥିଲେ । ତେବେ ଏହି ଚୋରି ହେବା ସମୟରେ ସେହି ଅଞ୍ଚଳର ଦୁଇ ଜଣ ଯୁବକ ବିଭୁତି ଭୂଷଣ ସାହୁ ଓ ଶଙ୍କର ଭୋଇଙ୍କୁ ସ୍ଥାନୀୟ ଲୋକେ ଧରିବାରେ ସକ୍ଷମ ହୋଇ ଜଗତସିଂହପୁର ସଦର ପୋଲିସକୁ ସୂଚନା ଦେଇଥିଲେ । ତେବେ ଘଟଣା ସ୍ଥଳରେ ଜଗତସିଂହପୁର ପୋଲିସ ପହଂଚି ଦୁଇ ଅଭିଯୁକ୍ତଙ୍କୁ ନିଜ ହେପାଜତ କୁ ନେବା ସହିତ ଘଟଣାର ପ୍ରାଥମିକ ତଦନ୍ତ କରୁଥିବାର ଦେଖାଯାଇଛି ।
Views: 73