ନୂଆଦିଲ୍ଲୀ : ସୀମା ନିକଟରେ ଚୀନର ବଡ଼ ଚକ୍ରାନ୍ତ । ବ୍ରହ୍ମପୁତ୍ର ନଦୀରେ ବଡ଼ ଡ୍ୟାମ ପରେ ଏବେ ଏଲଏସି ନିକଟରେ ବଡ଼ ରେଳପ୍ରକଳ୍ପ କରିବାକୁ ଯାଉଛି ଚୀନ । ଏଲଏସି ନିକଟରେ ୫,୦୦୦ କି.ମି ଲମ୍ବା ସିନଜିଆଙ୍ଗ-ତିବ୍ବତ ରେଳ ଲିଙ୍କ୍ ନିର୍ମାଣ କରିବାକୁ ଯାଉଛି । ଏହି ବୃହତ ରେଳ ପ୍ରକଳ୍ପର କାମ ଚଳିତ ବର୍ଷ ଆରମ୍ଭ ହୋଇପାରେ । ଏହି ରେଳ ଲାଇନ୍ ତିବ୍ବତର ଲାସାକୁ କେନ୍ଦ୍ର କରି ନିର୍ମାଣ କରାଯାଉଛି । ଏହି ରେଳ ଲାଇନ ସିନଜିଆଙ୍ଗର ହୋଟାନ୍ ସହରକୁ ତିବ୍ବତର ଲାସା ସହ ସଂଯୋଗ କରିବ । ୨୦୩୫ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ରେଳପଥ ଯୋଗୁଁ, ଭାରତ-ଚୀନ ସମ୍ପର୍କରେ ନୂଆ ଉତ୍ତେଜନା ସୃଷ୍ଟି ହୋଇପାରେ । ୨୦୨୦ ଗଲୱାନ ସଂଘର୍ଷ ପରେ ଦୁଇ ଦେଶ ସମ୍ପର୍କ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛନ୍ତି ।
Views: 73











