ନୂଆଦିଲ୍ଲୀ : ଚୀନ ଉପରେ ୧୦ ପ୍ରତିଶତ ଟାରିଫ ହ୍ରାସ କଲେ ଟ୍ରମ୍ପ । ବୁସାନରେ ଜିନପିଙ୍ଗଙ୍କ ସହ ଐତିହାସିକ ଆଲୋଚନା ପରେ ନିଷ୍ପତ୍ତି । ୫୭ ପ୍ରତିଶତରୁ ୪୭ ପ୍ରତିଶତକୁ ଟାରିଫ ହ୍ରାସ କଲେ ଟ୍ରମ୍ପ । ୨ ନେତାଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟାରେ ଆଲୋଚନା ପରେ ନିଷ୍ପତ୍ତି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ ଟ୍ରମ୍ପ । ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ ୨୦୧୯ ପରେ ପ୍ରଥମ ଥର ପାଇଁ ଗୁରୁବାର ବୁସାନରେ ମୁହାଁମୁହିଁ ଭାବେ ସାକ୍ଷାତ କରିଛନ୍ତି । ଟ୍ରମ୍ପ ପୂର୍ବରୁ ଫେଣ୍ଟାନିଲ୍ ଔଷଧର ରାସାୟନିକ ଉପାଦାନଗୁଡ଼ିକର ପ୍ରବାହକୁ ରୋକିବା ପାଇଁ ଚୀନ ସାମଗ୍ରୀ ଉପରେ ୨୦ ପ୍ରତିଶତ ଟାରିଫ୍ ଲଗାଇଥିଲେ । ଜିନପିଙ୍ଗଙ୍କ ସହ ଆଲୋଚନା ପରେ ଟ୍ରମ୍ପ ଟାରିଫକୁ ୧୦ ପ୍ରତିଶତକୁ କମାଇବାର ନିଷ୍ପତ୍ତି ନେଇଛନ୍ତି । ଟ୍ରମ୍ପ ଆହୁରି କହିଛନ୍ତି ଯେ ଚୀନ ଏବଂ ଯୁକ୍ତରାଷ୍ଟ୍ର ମଧ୍ୟରେ ଥିବା ବିବାଦ ସମାଧାନ ହୋଇଛି । ଟ୍ରମ୍ପ କହିଛନ୍ତି ୟୁକ୍ରେନରେ ଯୁଦ୍ଧ ସମାଧାନ କରିବାର ପ୍ରସଙ୍ଗରେ ଏକାଠି କାମ କରିବ ପାଇଁ ଜିନପିଙ୍ଗ ରାଜି ହୋଇଛନ୍ତି । ଟ୍ରମ୍ପ କହିଛନ୍ତି ଚୀନ ରାଷ୍ଟ୍ରପତି ଆମେରିକାକୁ ସାହାଯ୍ୟ କରିବେ ଏବଂ ୟୁକ୍ରେନ ବିଷୟରେ ଏକାଠି କାମ କରିବେ । ଜିନପିଙ୍ଗ୍ ସହିତ ତାଙ୍କ ବୈଠକକୁ ବଡ଼ ସଫଳତା ବୋଲି କହିଛନ୍ତି ଟ୍ରମ୍ପ ।
ଚୀନକୁ ଟ୍ରମ୍ପଙ୍କ ୧୦ ପ୍ରତିଶତ ରିହାତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











